ଅଗ୍ନିକାଣ୍ଡ: ୬ ଜଣ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ : ତେଲେଙ୍ଗାନାର ମଞ୍ଚେରିୟଲ ଜିଲାରେ ଏକ ଦୁଃଖଦ ଘଟଣା ଘଟିଥିବା ନେଇ ଶନିବାର ଖବର ମିଳିଛି। ଏକ ଘରେ ଅଗ୍ନିକାଣ୍ଡ ଘଟି ୬ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ମଧ୍ୟ ସାମିଲ ରହିଛନ୍ତି। ଏହି ଅଗ୍ନିକାଣ୍ଡ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧୨ଟାରେ ଘଟିଛି। ପୁଲିସ ସୂଚନାନୁଯାୟୀ, ଏହି ଅଘଟଣ ମଞ୍ଚେରିୟଲ ଜିଲା ରାମକୃଷ୍ଣପୁର ଥାନା ଅନ୍ତର୍ଗତ ଭେଙ୍କଟପୁର ଗାଁରେ ଘଟିଛି। ଅଗ୍ନିକାଣ୍ଡ ଘଟିଥିବା ନେଇ ପଡୋଶୀ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
Powered by Froala Editor