ପ୍ରାର୍ଥନା ବେଳେ ଟଳିପଡିଲେ ଛାତ୍ର
ଢେଙ୍କାନାଳ : ପ୍ରାର୍ଥନା କରିବା ବେଳେ ଟଳିପଡିଲେ ଛାତ୍ର। ଢେଙ୍କାନାଳ ବୋରାପଦା ସରକାରୀ ଆଇଟିଆଇ କଲେଜରେ ଏଭଳି ଘଟଣା ଘଟିଛି। କଲେଜର ଇଲେକ୍ଟ୍ରିକାଲ ବିଭାଗର ପ୍ରଥମ ବର୍ଷର ଛାତ୍ର ଅଭିଜିତ ଦାସ ଆଜି ପ୍ରାର୍ଥନା କରୁଥିବା ବେଳେ ହଠାତ୍ ବାତ ମାରିବା ଭଳି ହୋଇ ଟଳି ପଡିଛନ୍ତି।
ସୂଚନା ଅନୁସାରେ, ଢେଙ୍କାନାଳ କାମାକ୍ଷାନଗର ଥାନା ସରଦେଇପୁର ଗାଁର ପବି ସାହୁଙ୍କ ପୁଅ ଅଭିଜିତ। ସେ ହଷ୍ଟେଲରେ ରହି ପାଠ ପଢୁଥିଲେ। ଶୁକ୍ରବାର ପ୍ରାର୍ଥନା କରୁଥିବା ସମୟର ସେ ହଠାତ୍ ବାତ ମାରିବା ଭଳି ହୋଇ ଟଳି ପଡ଼ିଥିଲେ । ତୁରନ୍ତ କଲେଜ କର୍ତୃପକ୍ଷ ତାଙ୍କୁ ଗାଡିରେ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି
Powered by Froala Editor