ହ୍ୱାଟସଆପ୍ ପେ’ର ଭାରତ ମୁଖ୍ୟଙ୍କ ଇସ୍ତଫା

ହ୍ୱାଟସଆପ୍ର ଇଣ୍ଡିଆନ ପେମେଣ୍ଟ ବିଜନେନ ବା ହ୍ୱାଟସଆପ୍ ପେ’ର ଭାରତ ମୁଖ୍ୟ ବିନୟ ଚୋଲେଟ୍ଟି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ସମ୍ପର୍କରେ ଘୋଷଣା କରି ବିନୟ କହିଛନ୍ତି, ମୁଁ ମୋର ଆଗାମୀ ଯାତ୍ରାରେ ବାହାରିଛି। ତେବେ ମୋର ବିଶ୍ୱାସ ଯେ ଭାରତରେ ଡିଜିଟାଲ ପେମେଣ୍ଟ ଓ ଆର୍ଥିକ କାରବାରରେ ସଂସ୍କାର ଆଣବା ପାଇଁ ହ୍ୱାଟସଆପ୍ ପାଖରେ ଯଥେଷ୍ଟ କ୍ଷମତା ରହିଛି। ଆଗାମୀ ବର୍ଷଗୁଡ଼ିକରେ କମ୍ପାନୀ ଶୀର୍ଷରେ ପହଞ୍ଚୁ ବୋଲି ମୁଁ ଦେଖିବାକୁ ଚାହୁଁଛି। ମୋର ଆଶା ସେମିତି ସବୁ କିଛି ହେବ ବୋଲି ସେ କହିଛନ୍ତି।
ସେ ମାତ୍ର ୪ ମାସ ତଳେ କମ୍ପାନୀରେ ଯୋଗ ଦେଇଥିଲେ। ହେଲେ ୪ ମାସ ପରେ ସେ ହଠାତ୍ ହ୍ୱାଟସଆପ୍ରୁ ଇସ୍ତଫା ଦେଇଛନ୍ତି। ଏହାପୂର୍ବରୁ ହ୍ୱାଟସଆପର ଭାରତ ମୁଖ୍ୟ ଅଭିଜିତ ବୋଷ, ମେଟାର ପବ୍ଲିକ ପଲିସି ନିର୍ଦ୍ଦେଶକ ରାଜୀବ ଅଗ୍ରୱାଲ ଓ ମେଟାର ଭାରତ ମୁଖ୍ୟ ଅଜିତ ମୋହନ ଇସ୍ତଫା ଦେଇଥିଲେ।
Powered by Froala Editor