ଶୁଟିଂ ବେଳେ କ୍ରିକେଟର ଗୁରୁତର
ବିସିସିର ଲୋକପ୍ରିୟ ଟେଲିଭିଜନ ଶୋ 'ଟପ ଗିଅର୍'ର ଶୁଟିଂ ସମୟରେ ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ୪୫ ବର୍ଷୀୟ ଫ୍ଲିଣ୍ଟଫଙ୍କୁ ବିମାନ ଯୋଗେ ଡାକ୍ତରଖାନା ନିଆଯାଇଥିଲା। ସେ ଏବେ ବିପଦମୁକ୍ତ ଥିବା ଜଣାପଡିଛି।
ଇଂଲଣ୍ଡର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ମଧ୍ୟରୁ ଫ୍ଲିଣ୍ଟଫ ଅନ୍ୟତମ। ସେ 'ଫ୍ରେଡି' ଭାବରେ ଜଣାଶୁଣା। ସେ ଇଂଲଣ୍ଡ ପାଇଁ ୭୯ଟି ଟେଷ୍ଟ ଖେଳିଥିଲେ। ଉଭୟ ବ୍ୟାଟ ଏବଂ ବଲ ସହିତ ସେ ମ୍ୟାଚ ବଦଳାଇବାର କ୍ଷମତା ଥିଲା। ସେ ନିଜେ ଅନେକ ମ୍ୟାଚ୍ରେ ଇଂଲଣ୍ଡକୁ ଚାମ୍ପିୟନ କରାଇଥିଲେ। ଫ୍ଲିଣ୍ଟଫ ଇଂଲଣ୍ଡ ପାଇଁ ୭୯ ଟେଷ୍ଟରେ ୩୮୪୫ ରନ ସଂଗ୍ରହ କରିଥିଲେ ଏବଂ ୨୨୬ ଉଇକେଟ ମଧ୍ୟ ନେଇଥିଲେ। ଫ୍ଲିଣ୍ଟଫ ୩୨ ବର୍ଷ ବୟସରେ କ୍ରିକେଟରୁ ଅବସର ନେଇଥିଲେ।
Powered by Froala Editor