ଶମ୍ଭୁରେ ଧମାଲ୍ କରିବେ ଶୁଭମ୍-ତମନ୍ନା
ଭୁବନେଶ୍ୱର: ଓଲିଉଡ୍ରେ ଏବେ ଚାଲିଛି ଭଲ ସମୟ । କ୍ରମାଗତ ଭାବେ ଗୋଟିଏ ପରେ ଗୋଟେ ଚଳଚ୍ଚିତ୍ର ସୁପରିହିଟ୍ ହେଉଛି । ଆଉ ଭଲ କାରବାର ମଧ୍ୟ କରୁଛି । ଯାହାର ସଦ୍ୟ ପ୍ରମାଣ ହେଉଛି ପ୍ରତୀକ୍ଷା ଓ ଦମନ୍ । ଏହି ଦୁଇ ଫିଲ୍ମ ପରେ ଯେଉଁମାନେ ଓଡ଼ିଆ ଇଣ୍ଡଷ୍ଟ୍ରିରୁ ମୁହଁ ଫେରାଇ ନେଇଥିଲେ ଏବେ ପୁଣି ଫେରୁଥିବା ଜଣାପଡ଼ିଛି । ଏହାସହିତ ନୂଆ କଳାକାରଙ୍କୁ ମଧ୍ୟ କାମ କରିବାକୁ ସୁଯୋଗ ମିଳୁଛି । ସେଥିପାଇଁ ଏବେ ଯୁବପିଢ଼ିଙ୍କ ଆଗ୍ରହ ଓଡ଼ିଆ ଫିଲ୍ମ ପ୍ରତି ବଢ଼ିଛି । ଏସବୁ ଭିତରେ ଏବେ ପୁଣି ଏକ ନୂଆ ଖବର ଆସିଛି ।
ଖୁବ୍ଶୀଘ୍ର ଦର୍ଶକ ପୁଣି ଏକ ନୂଆ ଫିଲ୍ମ ହଲ୍ରେ ଦେଖିବାକୁ ପାଇବେ । ନିକଟରେ ଫିଲ୍ମ ଶମ୍ଭୁର ଶୁଭ ମହୁରତ ହୋଇଛି । ଏଥିରେ ନବାଗତ ଶୁଭମ୍ଙ୍କ ସହିତ ନଜର ଆସିବେ ଚୁଲବୁଲି ତମନ୍ନା । ଅନୁପମା ମୁଭିଜ୍ ଦ୍ୱାରା ପ୍ରସ୍ତୁତ ବିଭୁତି ଜେନା ନିବେଦିତ ମୋହନ କୁମାରଙ୍କ ପ୍ରଯୋଜିତ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଏସ.
ଦିଲୀପ ପଣ୍ଡା । ଜୀବନ ପଣ୍ଡା, ହରିହର ମହାପାତ୍ର, ବାବୁ ପ୍ରଧାନ, ଚିନ୍ତାମଣି ବିଶ୍ୱାଳ, କେକେ, ଡିସ୍କୋ ରେଡ୍ଡୀ, ବ୍ଲାକରବିଙ୍କ ସହିତ ଶିଶୁ କଳାକାର ବିନପ୍ସା ଜେନାଙ୍କୁ ବିଭିନ୍ନ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ଏହି ଚଳଚ୍ଚିତ୍ରର କାହାଣୀ ଅନୁପମା ନନ୍ଦ ରଚନା କରଥିବା ବେଳେ ସଂଳାପ ଲେଖିଛନ୍ତି ବରିଷ୍ଠ ସଂଳାପକାର ଡ.
ରଜନୀ ରଞ୍ଜନ । ଦୀପକ କୁମାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।
ଫିଲ୍ମର ସୁଟିଂ ଚଳିତ ମାସରେ ଆରମ୍ଭ ହେବ । ଖୁବ୍ଶୀଘ୍ର ଏହା ମୁକ୍ତିଲାଭ କରିବ । ଦର୍ଶକଙ୍କ ହୃଦୟ ଏହା ନିଶ୍ଚିତ ଛୁଇଁବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।
Powered by Froala Editor