ଶରୀର ପାଇଁ ଉପକାରୀ ହୋଇଥାଏ ଜିରା ଚା

ଜିରା ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ । ପ୍ରତ୍ୟେକ ରୋଷେଇଘରେ ମସଲା ଜାତୀୟ ସାମଗ୍ରୀ ମଧ୍ୟରେ ଜିରଳ ରହିଥାଏ । ଏହାର ବାସ୍ନା ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ । କେବଳ ସେତିକି ନୁହେଁ ଏଥିରେ ଔଷଧୀୟ ଗୁଣ ଭର୍ପୂର ଥାଏ । ଯାହା ବିଭିନ୍ନ ରୋଗଠାରୁ ଦୁରରେ ରଖିଥାଏ । ଜିରାରେ ଫାଇବାର, ଆଇରନ, କ୍ୟାଲସିୟମ, ପୋଟାସିୟମ, ଜିଙ୍କ, ଭିଟାମିନ, ମ୍ୟାଗ୍ନେସିୟମ ଭଳି ପୋଷକ ତ୍ତ୍ୱ ରହିଥାଏ । ତେବେ ଏହାକୁ ବ୍ୟଞ୍ଜନରେ ଖାଇବା ଛଡା ଚା କରି ପିଇଲେ ଅନେକ ସୁଫଳ ମିଳିଥାଏ ।
-ଆଜିକାଲି ମୋଟାପଣ କମାଇବାକୁ ଲୋକେ ଅନେକ ଉପାୟ ଆପଣାଉଛନ୍ତି । ମାର୍କେଟରେ ଏଥିପାଇଁ ଅନେକ ପ୍ରଡକ୍ଟ ମଧ୍ୟ ମିଳୁଛି । କିନ୍ତୁ ଏହି ଜିରା ଚା ପିଇବା ଦ୍ୱାରା ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ଏଥିରେ କୌଣସି ସାଇଡ ଇଫେକ୍ଟ ବି ନଥାଏ । ଏଥିସହ ଏହା କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।
-ଏହି ଚା ପିଇବା ଦ୍ୱାରା ଏହା ସ୍ମୃତି ଶକ୍ତି ବଢିବାରେ ସାହାଯ୍ୟ କରେ । ଏଥିରେ ଭିଟାମିନ ବି-୬ ଭରପୁର ଥାଏ । ସେଥଇପାଇଁ ସ୍ମରଣ ଶକ୍ତି ବଢିବାରେ ସାହାଯ୍ୟ କରିଥାଏ ।
-ଜିରାରେ ଭିଟାମିନ, ମିନେରାଲ ଓ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଥିବାରୁ ଏହା ଏନର୍ଜି ବୃଦ୍ଧି କରିତାଏ ଓ ଇମୁ୍ୟନିଟି ମଜବୁତ୍ କରିବାରେ ସହାୟକ ହୋଇଥାଏ ଓ ଶରୀରକୁ ଭାଇରାଲ ସଂକ୍ରମଣରୁ ଏହା ରକ୍ଷା କରିଥାଏ ।
ପ୍ରସ୍ତୁତି: ପ୍ରଥମେ ଗ୍ୟସ୍ରେ ସସ୍ପେନ ବସାଇ କିଛି ଜିରା ଗରମ କରନ୍ତୁ । ଏହାପରେ ଆବଶ୍ୟକ ଅନୁଯାୟୀ ପାଣି ପକାନ୍ତୁ, ଫୁଟିବାକୁ ଛାଡି ଦିଅନ୍ତୁ । ଏହା ଫୁଟିଗଲା ପରେ ଏହାକୁ ଛାଣି ଏଥିରେ ମହୁ ମିଶାଇ ପିଅନ୍ତୁ ।
Powered by Froala Editor