ଅଭିନେତ୍ରୀ ଆଶୁଙ୍କ ପାଦ ଚୁମିଲେ ରାମଗୋପାଲ ବର୍ମା

ଲେସବିୟାନ୍ ରୋମାନ୍ସରେ ନିର୍ମିତ ଫିଲ୍ମ 'ଖତ୍ରା ଡେଞ୍ଜରିୟସ୍' ଡିସେମ୍ବର ୯ ରେ ମୁକ୍ତିଲାଭ କରିବାକୁ ଯାଉଛି। ନିର୍ଦ୍ଦେଶକ ରାମ ଗୋପାଲ ବର୍ମା ତାଙ୍କ ଅଭିନେତ୍ରୀ ଆଶୁ ରେଡ୍ଡୀଙ୍କ ସହ ଏହି ଫିଲ୍ମର ପ୍ରମୋସନ କରୁଛନ୍ତି। ଫିଲ୍ମର ପ୍ରମୋସନ ସମୟରେ ଉଭୟଙ୍କ ଏକ ଇଣ୍ଟରଭ୍ୟୁ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ରାମ ଗୋପାଲ ଆଶୁଙ୍କ ସହ ଫ୍ଲର୍ଟ କରୁଥିବା ଦେଖିବାକୁ ମିଳିଛି। ଇଣ୍ଟରଭ୍ୟୁର ଶେଷରେ ସେ ଅଭିନେତ୍ରୀଙ୍କ ପାଦକୁ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି।
ରାମ ଗୋପାଳ ବର୍ମା ଏହି ଇଣ୍ଟରଭ୍ୟୁର ଲିଙ୍କକୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓରେ ଏପର୍ଯ୍ୟନ୍ତ ୧.୭୨ ମିଲିୟନ୍ ଭ୍ୟୁ ମିଳିସାରିଛି। ଅଭିନେତ୍ରୀ ଆଶୁ ରେଡ୍ଡୀ ମଧ୍ୟ ଏହି ଇଣ୍ଟରଭ୍ୟୁ ସହ ଜଡିତ ଏକ ଫଟୋ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଯେଉଁଥିରେ ରାମ ଗୋପାଲ ତାଙ୍କ ପାଦ ମାଲିସ୍ କରୁଥିବା ଦେଖାଯାଇଛି। ଏହି ଫଟୋ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନାଯୋଗ୍ୟ ଯେ, ଏହି ଫିଲ୍ମଟି ରୋମାଣ୍ଟିକ୍ ସିନ୍ରେ ପରିପୂର୍ଣ୍ଣ। ଇଣ୍ଟିମେସୀ ଏବଂ ଆଡଲ୍ଟ କଣ୍ଟେଟ୍ ହେତୁ ଏହାକୁ ଏ ସାର୍ଟିଫିକେଟ୍ ମିଳିଛି।
Powered by Froala Editor