ଦର୍ଶକଙ୍କୁ ପସନ୍ଦ ଆସିଲାନି ‘ସର୍କସ୍’ର ଟ୍ରେଲର

ବଲିଉଡ ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ଫିଲ୍ମ 'ସର୍କସ'ର ଟ୍ରେଲର ରିଲିଜ୍ ହୋଇସାରିଛି । ଏହି ମୁଭିରେ ରଣବୀର ସିଂ, ବରୁଣ ଶର୍ମା, ପୂଜା ହେଗଡେ, ଜନି ଲିଭର, ଜ୍ୟାକଲିନ ଫର୍ନାଡିଜଙ୍କ ସହିତ ଆହୁରି ଅନେକେ କଳାକାର ରହିଛନ୍ତି । ମୁଭି ଚଳିତ ମାସ ୨୩ ତାରିଖରେ ରିଲିଜ୍ ହେବାକୁ ଯାଉଛି । ହେଲେ ମୁଭିର ଟ୍ରେଲର ଦେଖି ଦର୍ଶକେ ଏତେଟା ଆଶାବଦୀ ନ ଥିବା ଜଣାପଡୁଛି । କାରଣ ଅଧିକାଂଶ ଦର୍ଶକଙ୍କୁ ମୁଭିର ଟ୍ରେଲର ପସନ୍ଦ ଆସିନାହିଁ ।
ଟ୍ରେଲର୍ ଶେଷରେ ନଜର ଆସିଛନ୍ତି ବଲିଉଡ୍ର ଲୀଲା ଦୀପିକା ପାଦୁକୋନ । ସ୍ୱାମୀ ରଣବୀରଙ୍କ ସହ ତାଙ୍କୁ ଦେଖିବାକୁ ମିଳିଛି । ଟ୍ରେଲର୍ ରିଲିଜ୍ ପରଠୁ ଦୀପିକାଙ୍କ ଫ୍ୟାନ୍ ଆଉ ଚୁପ୍ ହୋଇ ବସିପାରୁ ନାହାନ୍ତି । ସୋସିଆଲ ମିଡିଆରେ କେବଳ ଏହାକୁ ନେଇ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ରଣବୀରଙ୍କ ଓଭର ଆକ୍ଟିଂ ଶେଷ ହୋଇଯାଇଛି । ସେଟ ବି ଆର୍ଟିଫିସିଆଲ ଲାଗୁଛି ବୋଲି ଦର୍ଶକ କହିଛନ୍ତି ।
Powered by Froala Editor