ଶିକାର ପାଇଁ ବିଦ୍ୟୁତ୍ ତାର ସଂଯୋଗ କରିଥିଲେ, ୪ ଶିକାରୀ ଗିରଫ

କେନ୍ଦୁଝର ତେଲକୋଇ ସେକ୍ସନ ଧୋବଲାପାଳ ବିଟ ଆମ୍ବ ବଗିଚାରେ ବନ୍ୟପ୍ରାଣୀ ଶିକାର କରୁଥିବା ସମୟରେ ୪ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ। ସେମାନେ ହେଲେ ବାଇଧର ମହାକୁଡ଼, ମଣ୍ଟୁ ବିନ୍ଧାଣି, ଟିକନ ପ୍ରଧାନ, ଚିକୁ ପ୍ରଧାନ। ସେମାନଙ୍କୁ କେନ୍ଦୁଝର କୋର୍ଟ ଚାଲାଣ କରାଯାଇଛି।
ଖବର ପାଇ ରେଞ୍ଜର ପାର୍ବତୀ ଦାସ ଓ ବନ କାର୍ମଚାରୀ ଚାରି ଜଣ ଶିକାରୀକୁ କାବୁ କରିଥିଲେ । ଏଗାର କେଭି ବିଦ୍ୟୁତ୍ ତାରକୁ ସଂଯୋଗ କରି ଅଲଗା ଅଲଗା ଜାଗାରେ ଶିକାର ପାଇଁ ରଖିଥିବା ବେଳେ ବନବିଭାଗ ମାଡି ବସିଥିଲା । ସେମାନଙ୍କଠ ମଦ ବୋତଲରେ କାଠ ଲଗାଥିବା ୨୫ଟି ମଦ ବୋତଲ ଜବତ ହୋଇଛି ।
Powered by Froala Editor