ଜାନୁଆରୀରେ ଆଥିୟାଙ୍କୁ ବିବାହ କରିବେ ରାହୁଲ
ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ କ୍ରିକେଟର କେ ଏଲ ରାହୁଲ ଦୀର୍ଘ ଦିନ ଧରି ରିଲେସନସିପରେ ଅଛନ୍ତି। ଗତ କିଛି ଦିନ ହେବ ଉଭୟଙ୍କ ବିବାହକୁ ନେଇ ମଧ୍ୟ ହେଉଥିଲା ଚର୍ଚ୍ଚା।କୁହାଯାଉଥିଲା ରାହୁଲ ଏବଂ ଆଥିଆଙ୍କ ପ୍ୟାରେଣ୍ଟସ୍ ମଧ୍ୟ ବିବାହ ବିଷୟରେ କଥାବାର୍ତ୍ତା ବି ହୋଇଛନ୍ତି।
ଆସନ୍ତା ମାସ ତଥା ଜାନୁଆରୀ ପ୍ରଥମ ସପ୍ତାହରେ ବିବାହ କରିବେ ବୋଲି ଜଣାପଡିଛି। ଇତି ମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି ଯେ, ରାହୁଲ ତାଙ୍କ ବିବାହକୁ ନେଇ ବିସିସିଆଇକୁ ଛୁଟି ମାଗିଛନ୍ତି। ଏବଂ ତାଙ୍କ ଛୁଟି ମଧ୍ୟ ଅନୁମୋଦନ କରାଯାଇଛି। ବାଂଲାଦେଶ ଟେଷ୍ଟ ସିରିଜ ପରେ ସେ ନେଇ ପାରନ୍ତି ଛୁଟି।
ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ କେ.ଏଲ୍ ରାହୁଲ ତାଙ୍କ ବ୍ୟକ୍ତିଗତ କାମ ପାଇଁ ଛୁଟି ମାଗିଛନ୍ତି। ସେ ଏହା ମଧ୍ୟ କହିଛନ୍ତି, “ମୁଁ ଜାଣେ ନାହିଁ ସେ ବିବାହ କରୁଛନ୍ତି କି ନିର୍ବନ୍ଧ। ଏଇଟା ତାଙ୍କର ପର୍ସନାଲ ମ୍ୟାଟର। ମୁଁ କେବଳ ଏତିକି କହିପାରିବି ।”
ଶ୍ରୀଲଙ୍କା ବିପକ୍ଷରେ ଭାରତରେ ହେବାକୁ ଥିବା ତିନି ମ୍ୟାଚର ଟି -୨୦ ଏବଂ ୱାନ ଡେ ସିରିଜରେ ଖେଳି ପାରିବେ ନାହିଁ। ହେଲେ ବର୍ତ୍ତମାନ ସୁଦ୍ଧା ଶ୍ରୀଲଙ୍କା ସିରିଜ ପାଇଁ ବିସିସିଆଇ ପକ୍ଷରୁ କୌଣସି କାର୍ଯ୍ୟସୂଚୀ ପ୍ରକାଶ ପାଇନାହିଁ। କିନ୍ତୁ ଉଭୟ ବିବାହ ସିରିଜ ସମୟରେ ହୋଇପାରେ ବୋଲି କୁହାଯାଉଛି।
Powered by Froala Editor