ମିଶନ ଶକ୍ତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ବିନା ସୁଧରେ ମିଳିବ ୫ ଲକ୍ଷ ଋଣ
ଭୁବନେଶ୍ବର: ମିଶନ ଶକ୍ତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଘୋଷଣା କରିଛନ୍ତି। ମିଶନ ଶକ୍ତିକୁ ମିଳୁଥିବାର ଋଣର ପରିମାଣ ବୃଦ୍ଧି କରିଛନ୍ତି। ଏଣିକି ମିଶନ ଶକ୍ତି ଗୋଷ୍ଠୀକୁ ବିନା ସୁଧରେ ୫ ଲକ୍ଷ ପର୍ୟ୍ୟନ୍ତ ଋଣ ଦିଆଯିବ। ପୂର୍ବରୁ ମିଶନ ଶକ୍ତି ଗ୍ରୁପକୁ ୩ ଲକ୍ଷ ଟଙ୍କା ଋଣ ମିଳୁଥିଲା।
ଏହା ଦ୍ବାରା ମିଶନ ଶକ୍ତିରେ ଥିବା ୭୦ ଲକ୍ଷ ମହିଳା ଉପକୃତ ହେବେ । ଏପ୍ରିଲ ମାସରୁ ଲାଗୁ ହେବ ନୂଆ ଋଣ ବ୍ୟବସ୍ଥା। ବର୍ତ୍ତମାନ ମିଶନ ଶକ୍ତିକୁ ୧୭ ହଜାର କୋଟିର ଋଣ ଦିଆସରିଛି।
Powered by Froala Editor