ର଼୍ୟାମ୍ପ ୱାକରେ ମମତାର ଝଲକ : ୧୦ ମାସର ଝିଅକୁ ଧରି ଚାଲିଲେ ମଡେଲ
ଆଜିର ମହିଳା ଘର ସହ ରୋଜଗାର କରୁଛନ୍ତି । ପରିବାର ପାଇଁ ଦୁଇ ପଇସା ଯୋଡୁଛନ୍ତି । ହେଲେ ସେଥିପାଇଁ ସେମାନଙ୍କୁ କାହିଁ କେତେ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଛୁଆଟିଏ ହୋଇଗଲେ ତ ଅନେକଙ୍କ କ୍ୟାରିୟର ଶେଷ ହୋଇଯାଉଛି । କିନ୍ତୁ ଅନେକ ମହିଳା ଏମିତି ବି ଅଛନ୍ତି ଯେଉଁମାନେ ଛୁଆକୁ ଧରି କାମ କରିବାକୁ ବାଧ୍ୟ ହୁଅନ୍ତି । କିନ୍ତୁ ପରିଶ୍ରମ ସହ ମମତାରେ କମ୍ପ୍ରୋମାଇଜ କରନ୍ତି ନାହିଁ । ଯାହାର ଉଦାହରଣ ହେଉଛନ୍ତି ଏହି ମଡେଲ । ଯିଏ ନିଜ ୧୦ ମାସର ଝିଅକୁ ଧରି ର଼୍ୟାମ୍ପ ୱାକ୍ କରିଛନ୍ତି ।
ମଡେଲଜଣଙ୍କ ହେଲେ ଅଲିଶା ଗୌତମ ଉରାଓଁ। କିଛି ବର୍ଷ ଧରି ସେ ମଡେଲିଂ କରି ଆସୁଛନ୍ତି। ନିକଟରେ ସେ ଏକ ଆଦିବାସୀ ଫ୍ୟାଶନ ଶୋ'ରେ ଭାଗ ନେଇଥିଲେ। ଏଥିରେ ସେ ତାଙ୍କ ଝିଅଙ୍କୁ ସାଙ୍ଗରେ ନେଇ ଯାଇଥିଲେ। ର଼୍ୟାମ୍ପ ଓ୍ବାକ୍ ସମୟରେ ଦଶ ମାସର ଝିଅ ନାୟରା ତାଙ୍କୁ ଛାଡ଼ିବାକୁ ଅମଙ୍ଗ ଥିଲେ। ସେ ତାଙ୍କୁ ଜାବୁଡ଼ି ଧରିଥିଲେ। ଏଥିଯୋଗୁ ତାଙ୍କ ପାଳି ଆସିବା ପରେ ସେ ଝିଅଙ୍କୁ ଧଳା ରଙ୍ଗର ଲୁଗାରେ ଗୁଡାଇ ର଼୍ୟାମ୍ପ ଓ୍ବାକ୍ କରିବାକୁ ଯାଇଥିଲେ। ଲୋକେ ତାହା ଦେଖି କ'ଣ ଭାବିବେ ସେ ଚିନ୍ତା କରି ନ ଥିଲେ। ହେଲେ ଲୋକଙ୍କ ତାଳି ସାଙ୍ଗକୁ ପ୍ରଶଂସା ଦେଖି ସେ ବିଭୋର ହୋଇଛନ୍ତି। ଯଦି ଜଣେ ମା' ଛୁଆକୁ ନେଇ ବିଲରେ ଧାନ ରୁଇ ପାରୁଛି ତେବେ ର଼୍ୟାମ୍ପ ଓ୍ବାକ୍ କାହିଁକି ନୁହେଁ ବୋଲି କହିଛନ୍ତି। ଏହି ଶୋ'କୁ ଏବେ ସୁପରହିଟ୍ ବୋଲି କୁହାଯାଉଛି।
Powered by Froala Editor