କଳାହାଣ୍ଡିରେ ଖରିଫ ଧାନ କ୍ରୟ ଆରମ୍ଭ ଆଜିଠୁ
ଭବାନୀପାଟଣା: ଆଜି କଳାହାଣ୍ଡି ଜିଲ୍ଲାରେ ଖରିଫ ଧାନ କ୍ରୟ ଆରମ୍ଭ ହେବ । ଜିଲ୍ଲାର କଲମପୁର, ଜୟପାଟଣା ଓ କୋକସରା ବ୍ଲକରେ ପ୍ରଥମ ପର୍ୟ୍ୟାୟ ଧାନ ମଣ୍ଡି ଖୋଲିବ । ଜିଲ୍ଲାକୁ ପ୍ରଥମ ପର୍ୟ୍ୟାୟରେ ୪୧ଲକ୍ଷ ୮୦ହଜାର କ୍ୱିଣ୍ଟାଲ ଧାନ କିଣିବା ପାଇଁ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଥିବା ଜଣାଯାଇଛି । ମୋଟ ୭୪ଟି ପେକ୍ସ ଓ ୩୩ଟି ଏସ୍ଏଚ୍ଜି ଦ୍ୱାରା ୨୧୨ଟି ମଣ୍ଡିରେ ବ୍ୟବସ୍ଥା କରାଯାଇଛି ।
୬୪ ଜଣ ମିଲର୍ସ ନିୟୋଜିତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କେବଳ ୪୦ ଜଣ ମିଲର୍ସ ଏଗ୍ରିମେଣ୍ଟ କରିଥିବା ସୂଚନା ରହିଛି । ଜିଲ୍ଲାର ମୋଟ ୯୮ ହଜାର ୩ଶହ ୩୭ଜଣ ପଞ୍ଜିକୃତ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବ ବୋଲି ସୂଚନା ରହିଛି ।
Powered by Froala Editor