ମୁମ୍ବାଇରେ ଘର ଭଡ଼ା ନେଲେ ବିରୁଷ୍କା, ମାସକୁ ଦେବେ ୨.୭୬ ଲକ୍ଷ ଟଙ୍କା

କ୍ରିକେଟର ବିରାଟ କୋହଲି ଓ ଅନୁଷ୍ଟା ଶର୍ମା ଖୁବ୍ ଶୀଘ୍ର ମୁମ୍ବାଇରେ ଏକ ଭଡା ଘରେ ସିଫ୍ଟ ହେବାକୁ ଯାଉଛନ୍ତି। ଦୁହେଁ ଯେଉଁ ଘରକୁ ଭଡାରେ ନେଇଛନ୍ତି, ତାହା ପୂର୍ବତନ କ୍ରିକେଟର ସମରଜିତ୍ ସିଂହ ଗାଏକଓ୍ବାଡଙ୍କର ରହିଛି।
ରିପୋର୍ଟ ଅନୁସାରେ ଅନୁଷ୍କା ଶର୍ମା ଓ ବରାଟ କୋହଲି ଜୁଜୁରେ ୧୬୫୦ ସ୍କୋୟାର ଫୁଟ୍ରେ ଏକ ଫ୍ଲାଟ ଭଡାରେ ନେଇଛନ୍ତି, ଯାହା ପାଇଁ ସେ ୭.୫୦ ଲକ୍ଷ ଟଙ୍କା ଜମା କରିଛନ୍ତି। ଏହି ଘର ପାଇଁ ଦୁହିଁଙ୍କୁ ମାସକୁ ୨.୭୬ ଲକ୍ଷ ଟଙ୍କା ଦେବାକୁ ପଡିବ। ତାଙ୍କର ନୂଆ ଘରର ଖାସ୍ କଥା ଏହା ଯେ, ସେଠାରୁ ସମୁଦ୍ର ଖୁବ୍ ଭଲ ଭାବରେ ଦେଖାଯାଏ। କିଛି ଦିନ ପୂର୍ବେ କୋହଲି ଓ ଅନୁଷ୍କା ନିଜ ଘରର ଡିଲ୍ ଫାଇନାଲ କରିଛନ୍ତି। ଏହା ପୂର୍ବରୁ ବିରାଟ ଓ ଅନୁଷ୍କା ଆଲିବାଗର ଏକ ଗାଁରେ ଏକ ସୁନ୍ଦର ଭିଲା କିଣିଥିଲେ।
Powered by Froala Editor