କେଶ ଝଡୁଛିକି? ଆପଣାନ୍ତୁ ଏହି ଘରୋଇ ଉପଚାର ।
କେଶ ମୁହଁକୁ ଅଧିକ ସୁନ୍ଦର କରିଥାଏ । ତେଣୁ ଲମ୍ବା, କଳା, ଘନ କେଶ ସମସ୍ତଙ୍କୁ ପସନ୍ଦ । କିନ୍ତୁ ବର୍ତ୍ତମାନ କେଶ ଝଡିବା ଯୁବପିଢିର ଚିନ୍ତାର ବିଷୟ ପାଲଟିଛି । କେହି କେହି ମାର୍କେଟରେ ମିଳୁଥିବା କେମିକାଲ ଯୁକ୍ତ ପ୍ରଡକ୍ଟ ବ୍ୟବହାର କରିଥାନ୍ତି । କିନ୍ତୁ ଏଥିପାଇଁ ସର୍ବଦା ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ସହିତ କେମିକାଲ ଜିନିଷଠୁ ଦୂରେଇ ରହିବା ଆବଶ୍ୟକ । ଏହା ସହିତ ଘରୋଇ ଉପଚାର ଆପଣାଇବା ଆବଶ୍ୟକ । ଜାଣନ୍ତୁ କଣ ଏହି ଘରୋଇ ଉପଚାର:
- କେଶକୁ ସର୍ବଦା ପରିଷ୍କାର ରଖନ୍ତୁ । ଅପରିଷ୍କାର ହେବା ଦ୍ୱାରା ଅଧିକ ପରିମାଣରେ କେଶ ଝଡିଥାଏ ।
- ଲାଉ କେଶ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ତେଣୁ ଲାଉ ଜୁସ୍ ପ୍ରସ୍ତୁତ କରି ଏହାକୁ କେଶ ମୂଳରେ ଲଗାନ୍ତୁ । ଅଧଘଣ୍ଟା ପରେ କେଶକୁ ଧୋଇ ସଫା କରି ଦିଅନ୍ତୁ ।
- ପ୍ରତିଦିନ ଖାଲି ପେଟରେ ନଡିଆ ପାଣି ପିଅନ୍ତୁ । ଏହାଦ୍ୱାରା କେଶ ଝଡିବା ସମସ୍ୟା କମ ହେବା ସହିତ କେଶର ମୂଳ ମଜବୁତ ହୋଇଥାଏ ।
- କଂଚା ଅଣ୍ଡା କେଶପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହାର କେଶରକୁ ଫେଣ୍ଟି କେଶରେ ଲଗାନ୍ତୁ,୨୦-୨୫ ମନିଟ ଛାଡି ଦିଅନ୍ତୁ । ଏହା ପରେ ସାମ୍ପୁ କରିଦିଅନ୍ତୁ । ଏହା କେଶ ଝିଡିବା କମ କରିବା ସହ କେଶରେ ଚମକ ଆଣିଥାଏ ।
- ପ୍ରତିଦିନ ଭିଟାମିନ୍ ସି ଯୁକ୍ତ ଖାଦ୍ୟ ଖାଆନ୍ତୁ । ଏହା ସହିତ ଅଲିଭ ଅଏଲ୍ କିମ୍ବା ନଡିଆ ତେଲକୁ ହାଲ୍କା ଉଷୁମ କରି ମାଲିସ୍ କରନ୍ତୁ । ୧ ଘଣ୍ଟା ପରେ କେଶକୁ ସାମ୍ପୁ କରି ଦିଅନ୍ତୁ । ଏହା କେଶ ଝଡିବା ସମସ୍ୟାକୁ ତୁରନ୍ତ ଦୂର କରିଥାଏ ।
Powered by Froala Editor