ସୋସିଆଲ ମିଡିଆରେ ବାୟୁର ପ୍ରଥମ ଝଲକ

ସୋନମ କପୁର ଅଗଷ୍ଟ ୨୦ରେ ଏକ ପୁତ୍ରକୁ ଜନ୍ମ ଦେଇଥିଲେ । ଯାହାର ନାମ ସେ ବାୟୁ କପୁର ରଖିଥିଲେ । ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ସୋନମ । କିନ୍ତୁ ବର୍ତ୍ତମାନ ସୋନମଙ୍କ ତାଙ୍କ ଛୋଟ ରାଜକୁମାର ବାୟୁର ପ୍ରଥମ ଝଲକ ଦେଖାଇଛନ୍ତି । ସୋନମ କପୁର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ବାୟୁର ଭିଡିଓ ସେୟାର କରିଛନ୍ତି । ସୋନମ ଏହି ଭିଡିଓକୁ କ୍ୟାପସନରେ ‘ସ୍ୱିଟ୍ ନଥିଙ୍ଗ୍ସ’ କ୍ୟାପସନ ଲେଖି ସେୟାର କରିଛନ୍ତି । ଭିଡିଓ ସାମ୍ନାକୁ ଆସିବା ପରେ ପ୍ରଶଂସକଙ୍କ ବେଶ୍ ପସନ୍ଦ କରୁଛନ୍ତି ।ସୋନମ କପୁର ଏବଂ ଆନନ୍ଦ ଆହୁଜା ମଧ୍ୟ ସେୟାର ହୋଇଥିବା ଭିଡିଓରେ ପୁଅକୁ କିସ୍ ଦେଉଥିବାର ନଜର ଆସିଛନ୍ତି । ଏହି ଭିଡିଓରେ ବାୟୁଙ୍କ ଝଲକ ପାଇବା ପରେ ପ୍ରଶଂସକମାନେ ମଧ୍ୟ ଉତ୍ସାହିତ ହୋଇଯାଇଛନ୍ତି ।
Powered by Froala Editor