ନାରକୀୟ କାଣ୍ଡ:କଇଁଚି ଭୁଶି ପତ୍ନୀକୁ ହତ୍ୟା
ଉଦଳା: ଏକ କଇଁଚିରେ ଭୁଶି ପତ୍ନୀକୁ ହତ୍ୟା କଲା ସ୍ୱାମୀ । ଏପରି ନାରକୀୟ କାଣ୍ଡ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଥାନା ଅଧୀନ ହିଞ୍ଜିଳିଗଡ଼ିଆ ଗାଁରେ ଘଟିଛି। ମୃତା ମହିଳାଜଣକ ହେଲେ ସୁହାଗୀ ମୁର୍ମୁ । ପତ୍ନୀ ହତ୍ୟା ଅଭିଯୋଗରେ ପୁଲିସ୍ ତାଙ୍କ ସ୍ୱାମୀ ମଧୁସୁଦନ ମୁର୍ମୁଙ୍କୁ ଅଟକ ରଖି ପଚରାଉଚରା କରୁଛି।
ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମଧୁସୁଦନ ଓ ସୁହାଗୀଙ୍କ ମଧ୍ୟରେ ଅଧିକାଂଶ ସମୟରେ କଳି ଝଗଡ଼ା ଲାଗି ରହୁଥିଲା। ଗତକାଲି ଉଭୟ ସୁହାଗୀଙ୍କ ବାପଘରକୁ ବୁଲି ଯାଇଥିଲେ। ସେଠାରେ ଥିବା ବେଳେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।
ଏହାପରେ ରାତିରେ ସମସ୍ତେ ଶୋଇ ପଡ଼ିବା ପରେ ଉତ୍ତ୍ୟକ୍ତ ମଧୁସୁଦନ ଘଟାଇଲେ ନାରକୀୟ କାଣ୍ଡ । ଏକ କଇଁଚିରେ ପତ୍ନୀଙ୍କ ଶରୀରର ବିଭିନ୍ନ ସ୍ଥାନକୁ ଭୁଶିଦେଲେ । ଝିଅର ଚିତ୍କାର ଶୁଣି ପରିବାର ଲୋକେ ଉଠି ତାଙ୍କ ଶରୀରରେ ଗଭୀର କ୍ଷତ ଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ତାଙ୍କୁ ଡୁକୁରା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପୁଲିସ୍ ମଧୁସୁଦନଙ୍କୁ ଅଟକ ରଖି ପଚରାଉଚରା କରୁଛି।
Powered by Froala Editor