Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, June 19, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ...

ରାଜ୍ୟ
Home ›› ରାଜ୍ୟ ››ନୂଆ ରୂପ ପାଇବ ପୁରୀର ଲୋକନାଥ ମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥ ପୀଠ , ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ମାଷ୍ଟରପ୍ଲାନ ଅନୁମୋଦିତ

ନୂଆ ରୂପ ପାଇବ ପୁରୀର ଲୋକନାଥ ମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥ ପୀଠ , ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ମାଷ୍ଟରପ୍ଲାନ ଅନୁମୋଦିତ

2022-11-22 05:50:12
14531
Share:
Facebook
Twitter
E-Mail
WhatsApp
Telegram
ନୂଆ ରୂପ ପାଇବ ପୁରୀର ଲୋକନାଥ ମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥ ପୀଠ , ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ମାଷ୍ଟରପ୍ଲାନ ଅନୁମୋଦିତ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୁରୀର ଶ୍ରୀ ଲୋକନାଥ ମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥ ପୀଠର ଉନ୍ନତି ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦନ କରିଛନ୍ତି। ଶ୍ରୀ ଲୋକନାଥ ମନ୍ଦିରର ବିକାଶ ପାଇଁ ୨୮ କୋଟି ଟଙ୍କା ଅଟକଳ ରଖାଯାଇଥିବା ବେଳେ, ଅଲାରନାଥଙ୍କ ପାଇଁ ୮ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି।  ଉଭୟ ମନ୍ଦିରର ପୁନଃ-ଉନ୍ନୟନ କାର୍ଯ୍ୟ ୧ ବର୍ଷ ମଧ୍ୟରେ ସଂପୂର୍ଣ୍ଣ ହେବ।  

ଶ୍ରୀ ଲୋକନାଥ ମନ୍ଦିର ରାଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ଶୈବପୀଠ। ପୁରାଣ ଅନୁଯାୟୀ, ପ୍ରଭୁ ଶ୍ରୀରାମଚନ୍ଦ୍ର ମାତା ସୀତାଙ୍କ ଅନ୍ବେଷଣରେ ଆସି ଏଠାରେ ପ୍ରଭୁ ଲୋକନାଥ ସ୍ଥାପନା କରି ପୂଜାଅର୍ଚ୍ଚନା କରିଥିଲେ । ଶ୍ରୀ ଲୋକନାଥଙ୍କୁ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରର  ରକ୍ଷକ ବୋଲି ବିଶ୍ବାସ ରହିଛି । 


ଶ୍ରୀ ଲୋକନାଥ ମନ୍ଦିରର ମାଷ୍ଟରପ୍ଲାନ ଅନୁଯାୟୀ ମନ୍ଦିରର ଭିତର ବେଢା, ବାହାର ବେଢାର ଉନ୍ନତିକରଣ ହେବା ସହିତ ସେବାୟତ ଓ ଭକ୍ତ ମାନଙ୍କ ପାଇଁ ବିଭିନ୍ନ ସୁବିଧାର ବ୍ୟବସ୍ଥା କରାଯିବ । ଏହାବ୍ୟତୀତ ପାର୍କିଂ, ଆଧୁନିକ ଧାଡି ପରିଚଳନା ବ୍ୟବସ୍ଥା, ଆପ୍ରୋଚ ରୋଡର ଉନ୍ନତିକରଣ ଏବଂ ପଶ୍ଚିମ ଦ୍ବାରରେ ସେବାୟତ ମାନଙ୍କ ସୁବିଧା ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯିବ।


ଭିତର ବେଢାରେ ପୁରୁଣା ମାର୍ବଲ ପଥର ସବୁ କଢାଯାଇ ଖଣ୍ଡାଲାଇଟ୍‌ସ ପଥର ଲଗାଯିବ। ମନ୍ଦିରର ବଗିଚାର ଉନ୍ନତିକରଣ କରାଯାଇ ଲ୍ୟାଣ୍ଡ ସ୍ଲେପିଂ କରାଯିବ। ଏହାଛଡା ମନ୍ଦିର ପାଚେରୀର ମରାମତି ସହିତ ଆଲୋକୀକରଣର ବ୍ୟବସ୍ଥା କରାଯିବ। ବାହାର ବେଢାକୁ ସଂପ୍ରସାରିତ କରାଯିବା ସହିତ ଭାଙ୍ଗିଯାଇଥିବା ସ୍ଥାନ ଗୁଡିକର ମରାମତି, ନୂତନ ରାସ୍ତା, ଲ୍ୟାଣ୍ଡ ସ୍କେପିଂ, ଆଲୋକୀକରଣ, ବସାଉଠା କରିବାପାଇଁ ସ୍ଥାନ ଓ ଦୁଇଟି ମୁଣ୍ଡନ ମଣ୍ଡପର ବିକାଶ କରାଯିବ । ଡ୍ରେନେଜ ଏକ ମୁଖ୍ୟ ସମସ୍ୟା ହୋଇଥିବାରୁ, ମନ୍ଦିର ଭିତର ଓ ବାହାର, ଉଭୟ ପାର୍ଶ୍ବରେ ଡ୍ରେନେଜ ବ୍ୟବସ୍ଥାକୁ ସୁଦୃଢ କରାଯିବ।


ମନ୍ଦିରର ପୁଷ୍କରଣୀ ପାର୍ବତୀସାଗରର ମଧ୍ୟ ଉନ୍ନତିକରଣ କରାଯିବ। ଏହାର ଚାରିପଟେ ୨୬୭ ମିଟରର ସୁଉନ୍ନତ ପାଚେରୀ, ପୁଷ୍କରଣୀର ବିଶୋଧନ, ପାହାଚ, ଲ୍ୟାଣ୍ଡ ସ୍କେପିଂ, ଆଲୋକୀକରଣ ଓ ବସାଉଠା ପାଇଁ ସ୍ଥାନ ରହିବ ।  ପାର୍କିଂ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ। 


ମନ୍ଦିରକୁ ଯାଇଥିବା ୪୦୦ ମିଟର ଆପ୍ରୋଚ ରୋଡର ଉନ୍ନତିକରଣ କରାଯିବା ସହିତ ୪ଟି ରାସ୍ତାର ବିକାଶ କରାଯିବ। ମନ୍ଦିରକୁ ସଂଯୋଗ ହୋଇଥିବା ୪ଟି ପ୍ରମୁଖ ରାସ୍ତାର ଉନ୍ନତିକରଣ ମଧ୍ୟ କରାଯିବ। 


ସେହିପରି ବ୍ରହ୍ଣଗିରିର ପ୍ରସିଦ୍ଧ ଅଲାରନାଥ ମନ୍ଦିରର ମଧ୍ୟ ବିକାଶ କରାଯିବ। ପୁରୀ ଠାରୁ ୨୪ କି.ମି ଓ ସାତପଡା ଠାରୁ ୨୫ କି.ମି ଦୂରରେ ଥିବା ଏହି ପୀଠ ପଞ୍ଚଦଶ ଓ ଷୋଡଶ ଶତାଦ୍ଦୀର ନିର୍ମିତ ହୋଇଥିବା ବିଶ୍ବାସ କରାଯାଏ। ଶ୍ରୀ ଅଲାରନାଥଙ୍କୁ ଶ୍ରୀ ଜଗନ୍ନାଥଙ୍କର ପ୍ରତିରୂପ ବୋଲି ବିଶ୍ବାସ ରହିଛି । ଶ୍ରୀ ଜଗନ୍ନାଥଙ୍କ ଅଣସର ସମୟରେ ଅଲାରନାଥ ଦର୍ଶନ ପାଇଁ ଭକ୍ତମାନେ ଯାଇଥାନ୍ତି ।


ମାଷ୍ଟରପ୍ଲାନ ଅନୁଯାୟୀ ଏହାର ପ୍ରବେଶ ଓ ପ୍ରସ୍ଥାନ ସ୍ଥାନ, ସ୍ଥାନୀୟ ଭିତର ରାସ୍ତା, ଅରୁଣ ସ୍ତମ୍ଭ, ଚନ୍ଦନ ପୋଖରୀ ଆଦିର ବିକାଶ ଓ ସୌନ୍ଦର୍ଯ୍ୟକରଣ ସହିତ  ପୁରା ଅଞଳକୁ ବିକଶିତ କରାଯାଇ ଏକ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରାଯିବ।


ଏହାର ପ୍ରବେଶ ଦ୍ବାରକୁ ପ୍ରଶସ୍ତ କରାଯାଇ ୪୦ ଫୁଟ ଚଉଡା ଓ ୧୮ ଫୁଟ ଉଚ୍ଚ କରାଯିବ। ଏଥିରେ ଖଣ୍ଡାଲାଇଟସ ପଥର ଲଗାଯିବ। ମନ୍ଦିରକୁ ଯାଇଥିବା ରାସ୍ତାକୁ ୪୦ ଫୁଟ ଚଉଡା କରାଯାଇ ଏଥିରେ ପେଭର ବ୍ଲକ ଲଗାଯିବ ଏବଂ ଦୁଇପଟେ ଡ୍ରେନର ବ୍ୟବସ୍ଥା ରହିବ । ଏହାସହିତ ୨ ଚକିଆ ଓ ୪ ଚକିଆ ଗାଡି ପାଇଁ ପାର୍କିଂ ବ୍ୟବସ୍ଥା କରାଯିବ। ମନ୍ଦିର ସମ୍ମୁଖ ସ୍ଥାନକୁ ଏକ ସୁନ୍ଦର ପ୍ଲାଜାରେ ପରିଣତ କରାଯାଇ ସେଥିରେ ଖଣ୍ଡାଲାଇଟ୍‌ସ ଓ ପେଭର ବ୍ଲକ ଲଗାଯିବା ସହିତ ଡ୍ରେନର ବ୍ୟବସ୍ଥା ମଧ୍ୟ କରାଯିବ। ମନ୍ଦିରର ସବୁ ସ୍ଥାନରୁ ମାର୍ବଲ କଢାଯାଇ ଖଣ୍ଡାଲାଇଟ୍‌ସ ଲଗାଯିବ। ପୁରୁଣା କବାଟ ବଦଳରେ ନୂଆ କାଠ କବାଟ ଲଗାଯିବ। ଚନ୍ଦନ ପୋଖରୀ ଓ ତୁଳସୀ ବନର ସୌନ୍ଦର୍ଯ୍ୟକରଣ କରାଯାଇ ଲ୍ୟାଣ୍ଡ ସ୍କେପିଂ କରାଯିବ । ଡ୍ରେନ ବ୍ୟବସ୍ଥାକୁ ସୁଦୃଢ କରାଯିବ।  ଏହି ପୀଠର ବିକାଶ ପାଇଁ ୮ କୋଟି ଟଙ୍କା ଖର୍ଚ୍ଚ ହେବ ଓ  କାମ ସଂପୂର୍ଣ୍ଣ ହେବା ପାଇଁ ୧ ବର୍ଷ ସମୟ ଲାଗିବ।


ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ନିକଟରେ ଉଭୟ ଲୋକନାଥ ମନ୍ଦିର ଓ ଅଲାରନାଥ ମନ୍ଦିର ଗସ୍ତ କରି ଏହାର ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।  ଉଭୟ ମନ୍ଦିରର ପୂଜକମାନେ ପୁରୀ ଜିଲ୍ଲାପାଳଙ୍କ ସହିତ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମନ୍ଦିରର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ ମନ୍ଦିର ଗସ୍ତ କରି ଠାକୁରଙ୍କୁ ଦର୍ଶନ କରିବା ପାଇଁ ନିମନ୍ତ୍ରଣ କରିଥିଲେ । ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଉଭୟ ମନ୍ଦିର ଦର୍ଶନ କରିବେ ବୋଲି କହିଥିଲେ ।


  ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ। ଉଭୟ ମନ୍ଦିର ଗସ୍ତ ସମୟରେ ସେବାୟତ ମାନଙ୍କ ସହିତ ହୋଇଥିବା ତାଙ୍କର ଆଲୋଚନା ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ବିଷୟ ସଂପର୍କରେ ଏହି ବୈଠକରେ ସୂଚନା ଦେଇଥିଲେ ।


ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା ଓ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।


ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଆୟୋଜିତ ଏକ ବୈଠକରେ ପୂର୍ତ୍ତ ବିଭାଗ ସଚିବ ଶ୍ରୀ ଭି.ଭି.କେ ଯାଦବ ଏଥିପାଇଁ ଉପସ୍ଥାପନା ରଖିଥିଲେ। ଓଡିଶା ବ୍ରିଜ କନ୍‌ଷ୍ଟ୍ରକସନ କର୍ପୋରେସନ ଦ୍ବାରା ଉଭୟ ମନ୍ଦିରର ଉନ୍ନତିକରଣ କାର୍ଯ୍ୟର କାର୍ଯ୍ୟାନ୍ବୟନ କରାଯିବ ।

Powered by Froala Editor

Tags Chief minister, Naveen Patnaik

Related articles Odisha News Lens 4.1

  • ଓଡ଼ିଶାରେ ଚକ୍ଷୁ ଚିକିତ୍ସାର ଅଗ୍ରଦୂତ: ଏଲଭିପିଇଆଇ ଭୁବନେଶ୍ୱର ତରଫରୁ ଆରମ୍ଭ ହୋଇଛି ...
    ବାଣିଜ୍ୟ

    ଓଡ଼ିଶାରେ ଚକ୍ଷୁ ଚିକିତ୍ସାର ଅଗ୍ରଦୂତ: ଏଲଭିପିଇଆଇ ଭୁବନେଶ୍ୱର ତରଫରୁ ଆରମ୍ଭ ହୋଇଛି ...

    14326
    Jun 19, 2025
  • ଲକ୍ ହୋଇଗଲା ବିମାନ ଗେଟ୍, ୪୦ ମିନିଟ୍ ଫସିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ
    ଦେଶ-ଦେଶାନ୍ତର

    ଲକ୍ ହୋଇଗଲା ବିମାନ ଗେଟ୍, ୪୦ ମିନିଟ୍ ଫସିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

    14646
    Jun 18, 2025
  • ମାତ୍ର ୩୦୦୦ରେ ବାର୍ଷିକ Fastag ରିଚାର୍ଜ
    ଦେଶ-ଦେଶାନ୍ତର

    ମାତ୍ର ୩୦୦୦ରେ ବାର୍ଷିକ Fastag ରିଚାର୍ଜ

    15049
    Jun 18, 2025
  • ନିଜ ନାମରୁ 'ଆହୁଜା' ହଟାଇଲେ ସୁନିତା
    ମନୋରଞ୍ଜନ

    ନିଜ ନାମରୁ 'ଆହୁଜା' ହଟାଇଲେ ସୁନିତା

    15551
    Jun 18, 2025
  • କେଦାରନାଥ ଧାମରେ ଭୂସ୍ଖଳନ: ଦୁଇ ମୃତ, ୩ ଆହତ
    ଦେଶ-ଦେଶାନ୍ତର

    କେଦାରନାଥ ଧାମରେ ଭୂସ୍ଖଳନ: ଦୁଇ ମୃତ, ୩ ଆହତ

    13416
    Jun 18, 2025
  • ଦିନେ ମାଳି ବିକୁଥିଲେ, ଆଜି କୋଟିଏ ଟଙ୍କାର କାର୍‌ରେ ବୁଲୁଛନ୍ତି
    ମନୋରଞ୍ଜନ

    ଦିନେ ମାଳି ବିକୁଥିଲେ, ଆଜି କୋଟିଏ ଟଙ୍କାର କାର୍‌ରେ ବୁଲୁଛନ୍ତି

    14456
    Jun 18, 2025
  • ମୋଦୀଙ୍କୁ ଭେଟିଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ
    ଦେଶ-ଦେଶାନ୍ତର

    ମୋଦୀଙ୍କୁ ଭେଟିଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ

    13564
    Jun 18, 2025
  • ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ...
    ବାଣିଜ୍ୟ

    ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ...

    14314
    Jun 19, 2025
  • ଭିଡରେ ନିଜକୁ ପୁଣି ଥରେ ଖୋଜି ପାଇବାକୁ ଚାହେଁ...
    ମନୋରଞ୍ଜନ

    ଭିଡରେ ନିଜକୁ ପୁଣି ଥରେ ଖୋଜି ପାଇବାକୁ ଚାହେଁ...

    15356
    Jun 18, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଲକ୍ ହୋଇଗଲା ବିମାନ ଗେଟ୍, ୪୦ ମିନିଟ୍ ଫସିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

    14646
    Jun 18, 2025
  • ଦେଶ-ଦେଶାନ୍ତର

    ମାତ୍ର ୩୦୦୦ରେ ବାର୍ଷିକ Fastag ରିଚାର୍ଜ

    15049
    Jun 18, 2025
  • ମନୋରଞ୍ଜନ

    ଭିଡରେ ନିଜକୁ ପୁଣି ଥରେ ଖୋଜି ପାଇବାକୁ ଚାହେଁ...

    15356
    Jun 18, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16677
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16982
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15499
    Apr 03, 2021

ବିଶେଷ

  • ଶଜନାଶାଗ ଖାଇଲେ ବଢ଼ାଏ ସୌନ୍ଦର୍ଯ୍ୟ

    14391
    Jun 18, 2025
  • ଶୋଇବା ପୂର୍ବରୁ ଖାଆନ୍ତୁ ମାତ୍ର ୨ ଗୁଜୁରାତି, ମିଳିବ ଚମତ୍କାର ଲାଭ

    14114
    Jun 18, 2025
  • ବିବାହ ପୂର୍ବରୁ ଏହି ୫ଟି ଭୁଲ ଏଡାଇବା ଗୁରୁତ୍ୱପୂର୍ଣ୍ଣ

    14610
    Jun 17, 2025
  • ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ ଭେଣ୍ଡି

    15772
    Jun 17, 2025
  • ଅଧାଗ୍ଲାସ ମିଶ୍ରି ପାଣି ପିଇଲେ, ମିଳିଥାଏ ଏହି ଲାଭ

    16141
    Jun 16, 2025

ବାଣିଜ୍ୟ

ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ

ନୂଆଦିଲ୍ଲୀ: ବର୍ଦ୍ଧିତ ଜୀବନଶୈଳୀ ଜନିତ ରୋଗ ଏବଂ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ସହିତ ଭାରତ ସକାରାତ୍ମକ ସ୍ୱାସ୍ଥ୍ୟସେବା ପ୍ରତି ଏକ ସ୍ପଷ୍ଟ ସ୍ଥାନାନ୍ତରଣ ଲକ୍ଷ୍ୟ କରୁଛି । ଗ୍ରାହକଙ୍କର ପରିବର୍ତିତ ଆବଶ୍ୟକତା ସହିତ ...

  • ଓଡ଼ିଶାରେ ଚକ୍ଷୁ ଚିକିତ୍ସାର ଅଗ୍ରଦୂତ: ଏଲଭିପିଇଆଇ ଭୁବନେଶ୍ୱର ତରଫରୁ ଆରମ୍ଭ ହୋଇଛି ଆଭ୍ୟନ୍ତରୀଣ ଜେନେଟିକ୍ ପରୀକ୍ଷଣ ସହିତ ବଂଶାନୁକ୍ରମିକ ରେଟିନା ଡିଷ୍ଟ୍ରୋଫି କ୍ଲିନିକ୍

    14326
    Jun 19, 2025
  • ଅଜିମ ପ୍ରେମଜୀ ଫାଉଣ୍ଡେସନ ପକ୍ଷରୁ ପିଜି ଡାକ୍ତରଙ୍କ ପାଇଁ ଅଜିମ ପ୍ରେମଜୀ ହେଲ୍ଥ ଇକ୍ୱିଟି ଫେଲୋସିପ୍ ଘୋଷଣା

    13727
    Jun 17, 2025
  • ହିମାଳୟ ବେବିକେୟାର ପ୍ରଚଳନ କଲା #GentleAsDad ପ୍ରଚାର ଅଭିଯାନ

    15383
    Jun 14, 2025
  • କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

    14487
    May 30, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପାଇଲଟ ସ୍ୱାମୀଙ୍କ ଫଟୋଚିତ୍ରକୁ ଧରି କାନ୍ଦି କାନ୍ଦି ଅନ୍ତିମ ବିଦାୟ ଦେଲେ କର୍ଣ୍ଣେଲ ପତ୍ନୀ

    13991
    Jun 18, 2025
  • ଭିଡରେ ନିଜକୁ ପୁଣି ଥରେ ଖୋଜି ପାଇବାକୁ ଚାହେଁ...

    15356
    Jun 18, 2025
  • ଲକ୍ ହୋଇଗଲା ବିମାନ ଗେଟ୍, ୪୦ ମିନିଟ୍ ଫସିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

    14646
    Jun 18, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In