ଘଡିଆଲ ବନ୍ଦରରେ ଲାଗିଲା ଯୁଦ୍ଧ ଜାହାଜ ଆଇଏନ୍ଏସ୍
ପାରାଦୀପ : ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ଲାଗିଲା ଯୁଦ୍ଧ ଜାହାଜ। ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଘଡିଆଲ ବନ୍ଦରରେ ଲାଗିଛି। ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ନୌସେନା ପକ୍ଷରୁ ଦୁଇ ଦିନିଆ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଛି। ଏହାଦ୍ଵାରା ପାରାଦୀପର ବିଭିନ୍ନ ଲୋକ ସ୍ଵାସ୍ଥ୍ୟ ସୁବିଧା ପାଇପାରିବେ।
ସୂଚନାନୁଯାୟୀ, ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ଏଫ୍ବି ୨ ବର୍ଥରେ ଏହି ଯୁଦ୍ଧ ଜାହାଜ ଲାଗିଛି। ଲୋକମାନେ ନିଷିଦ୍ଧାଞ୍ଚଳ ମଧ୍ୟକୁ ଯାଇ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରିବେ ଓ ଔଷଧ ଆଣିପାରିବେ ବୋଲି ଜଣାପଡିଛି। ବନ୍ଦର ମଧ୍ୟକୁ ଲୋକମାନଙ୍କୁ ନେବାପାଇଁ ସ୍ଵତନ୍ତ୍ର ବସ୍ର ବ୍ୟବସ୍ଥା କରାଯାଇଛି।
Powered by Froala Editor