ପ୍ରିୟଙ୍କାଙ୍କ ପରିବାର ମହାଦେବଙ୍କୁ କରିଥାନ୍ତେ ଜ୍ୱାଇଁ, ଜାଣନ୍ତୁ କାହିଁକି
ପ୍ରିୟଙ୍କା ୨୦୧୮ ମସିହାରେ ନିକ ଜୋନାସଙ୍କୁ ବିବାହ କରିଥିଲେ । ବୋଲ୍ଡ ଅଭିନେତ୍ରୀ ପ୍ରିୟଙ୍କା ନିକ୍କୁ ବିବାହ କରି ବେଶ୍ ଖୁସିରେ ଅଛନ୍ତି । କିନ୍ତୁ ଜାଣିଛନ୍ତି କି ପ୍ରିୟଙ୍କାର ପରିବାର ଲୋକଙ୍କ ପସନ୍ଦ ଅନ୍ୟ ଜଣେ କଳାକର ଥିଲେ । ପ୍ରିୟଙ୍କା ନିଜେ ଏକ ଇଣ୍ଟରଭ୍ୟୁରେ ଏହା ପ୍ରକାଶ କରିଛନ୍ତି । ପ୍ରିୟଙ୍କା କହିଛନ୍ତି, ‘ତାଙ୍କ ପରିବାର ଲୋକେ ତାଙ୍କୁ ଟିଭିର ମହାଦେବ ଅର୍ଥାତ୍ ଅଭିନେତା ମୋହିତ ରାଇନାଙ୍କୁ ବିବାହ କରାଇବାକୁ ଚାହୁଁଥିଲେ। ଦେବୋଁକେ ଦେବ ମହାଦେବକୁ ଦେଖି ପରିବାର ଲୋକେ ମୋହିତଙ୍କୁ ପସନ୍ଦ କରିବା ଆରମ୍ଭ କରିଥିଲେ। ସେଥିପାଇଁ ସେ ମୋହିତଙ୍କ ସହ ବିବାହ କରେଇବାକୁ ଚାହୁଁଥିଲେ। ଯେତେବେଳେ ମୋହିତ ରାଇନା ଏହା ବିଷୟରେ ଜାଣିବାକୁ ପାଇଥିଲେ ବହୁତ ଖୁସି ହୋଇଯାଇଥିଲେ । ସେ କହିଥିଲେ ଯେ, ପ୍ରିୟଙ୍କା ଜଣେ ସୁପରଷ୍ଟାର ଏବଂ ସେ ଜଣେ ଆକ୍ଟର । ଏହି ଜନ୍ମରେ ନୁହେଁ ଆର ଜନ୍ମରେ ତାଙ୍କର ରାଜକୁମାର ହେବେ । ପ୍ରିୟଙ୍କା ଆହୁରି ମଧ୍ୟ କହିଛନ୍ତି ଯେ, ମୋହିତ ଜଣେ ଭଲ ବ୍ୟକ୍ତି ଏବଂ ଜଣେ ମହାନ ଅଭିନେତା ବୋଲି ପରିବାର ଅନୁଭବ କରିଥିଲେ।
Powered by Froala Editor