ଫୁଟବଲ ବିଶ୍ୱକପ୍ ଆରମ୍ଭ : ଉଦ୍ଘାଟନୀ ଉତ୍ସବରେ ଜଲୱା ଦେଖାଇଲେ ନୋରା
କତାରରେ ଫୁଟବଲ ବିଶ୍ୱକପ୍ (ଫିଫା) ର ୨୨ତମ ସଂସ୍କରଣ ରବିବାର ଉଦ୍ଘାଟିତ ହୋଇଛି। ମ୍ୟାଚ ପୂର୍ବରୁ ଟୁର୍ନାମେଣ୍ଟର ଉଦଘାଟନୀ ସମାରୋହ କତାରର ଅଲ ବାଇଡ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଛି। ଏହି ରଙ୍ଗୀନ ଇଭେଣ୍ଟରେ ଅଭିନେତ୍ରୀ ତଥା ମଡେଲ ନୋରା ଫତେହି ଜଲଓ୍ବା ଦେଖାଇଛନ୍ତି। ଉଦଘାଟନୀ ସମାରୋହରେ ଆମେରିକୀୟ ଅଭିନେତା ମୋର୍ଗାନ ଫ୍ରିମାନ ମଧ୍ୟ ଯୋଗ ଦେଇଥିଲେ। ମାସ୍କଟ 'ଲାଇବ' ଦକ୍ଷିଣ କୋରିଆ ବ୍ୟାଣ୍ଡର ଜଙ୍ଗକୁକ ଏବଂ ଗାୟକ ଫାହାଦ ଅଲ କୁବାସିଙ୍କୁ ସ୍ବାଗତ କରିଥିଲା। ଏହା ବ୍ୟତୀତ କୋରିଆର ରକ ବ୍ୟାଣ୍ଡ ବିଟିଏସ ମଧ୍ୟ ନିଜ ଧୂନ୍ରେ ଦର୍ଶକଙ୍କୁ ମତୁଆଲା କରିଛନ୍ତି। କାର୍ଯ୍ୟକ୍ରମକୁ ୬୦ ହଜାର ଦର୍ଶକ ଉପଭୋଗ କରିଥିଲେ।
ଏହି ମ୍ୟାଚ୍ ଦୀର୍ଘ ୨୮ ଦିନ ଧରି ଚାଲିବ । କ୍ରୀଡାର ଏହି ମହା ମୁକାବିଲା ୩୨ଟି ଦଳକୁ ନେଇ ୬୪ଟି ମ୍ୟାଚ୍ ଖେଳାଯିବ । ୮ଟି ଗ୍ରୁପରେ ଏହି ଟିମକୁ ଭାଗ କରାଯାଇ ଗ୍ରୁପ୍ ମ୍ୟାଚ୍, ରାଉଣ୍ଡ ଅଫ୍ ସିକ୍ସଟିନ୍ ଏବଂ ନକ୍ ଆଉଟ୍ ପର୍ଯ୍ୟାୟ ଖେଳାଯିବ। ପ୍ରତି ଟିମରେ ୪ଟି ଲେଖାଏଁ ଦଳ ରହିଛନ୍ତି । ଡିସେମ୍ବର ୧୮ରେ ହେବ ଫାଇନାଲ ମ୍ୟାଚ୍।
Powered by Froala Editor