ଦୃଶ୍ୟମ-୨ କଲେକ୍ସନ ଜୋରଦାର, ରିଲିଜ ପୂର୍ବରୁ ୪.୫୦କୋଟିର ଆଡଭାନ୍ସ ବୁକିଂ

ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ‘ଦୃଶ୍ୟମ୍-୨’ ରିଲିଜ୍ ପୂର୍ବରୁ କୋଟି କୋଟି ଟଙ୍କା କଲେକସନ୍ କରିଛି ଏବଂ ଆଶା କରାଯାଉଛି ଯେ ଏହି ଚଳଚ୍ଚିତ୍ରଟି ଭଲ ସଂଗ୍ରହ କରିପାରିବ। ରିଲିଜ୍ ପୂର୍ବରୁ ଆଗୁଆ ଟିକେଟ ବୁକିଂ ଆରମ୍ଭ ହୋଇଥିବା ବେଳେ ଫିଲ୍ମକୁ ନେଇ ଦର୍ଶକ କେତେ ଉତ୍ସାହିତ ତାହା ଜଣାପଡ଼ିଛି। ବକ୍ସ ଅଫିସ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ଦୃଶ୍ୟମ୍ୟ-୨ ବର୍ତ୍ତମାନ ପର୍ଯ୍ୟନ୍ତ ୪.୨୫ ରୁ ୪.୫୦ କୋଟି ଟଙ୍କା ଆଡଭାନ୍ସ ବୁକିଂ ମାଧ୍ୟମରେ କଲେକସନ୍ କରିଛି।
ତେବେ ପ୍ରଥମ ଭାଗ ଭଳି ଦ୍ବିତୀୟ ଭାଗରେ ସମାନ କଳାକାର ରହିଥିବା ବେଳେ ଅଭିନେତା ଅକ୍ଷୟ ଖନ୍ନାଙ୍କୁ ଏଥିରେ ସାମିଲ କରାଯାଇଛି। ସେ ଫିଲ୍ମର ପ୍ରଥମ ଭାଗରେ ହୋଇଥିବା ହତ୍ୟା ଘଟଣାର ତଦନ୍ତ କରିବେ। ଏଥିରେ ଅଜୟ ଦେବଗନ ନିଜ ପରିବାରକୁ ବଞ୍ଚାଇବା ପାଇଁ ଅକ୍ଷୟ ଖନ୍ନାଙ୍କ ପ୍ରଶ୍ନର କିଭଳି ସାମ୍ନା କରିବେ ତାହା ଦେଖିବାକୁ ମିଳିବ। ଫିଲ୍ମର ଟ୍ରେଲର ଏବଂ ଗୀତ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି।
Powered by Froala Editor