ମନ୍ତ୍ରୀଙ୍କ ମନ୍ତବ୍ୟ ପାଇଁ ଭୁଲ୍ ମାଗିଲେ ସୁପ୍ରିମୋ
ପଶ୍ଚିମବଙ୍ଗ ସରକାରଙ୍କର ଅନ୍ୟତମ ମନ୍ତ୍ରୀ ଅଖିଳ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଚେହେରା ଉପରେ ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡ଼ିଥିଲେ । ଟିଏମସି ଏହାକୁ ନିନ୍ଦା କରିବାରୁ ପରେ ସେ କ୍ଷମା ମଧ୍ୟ ମାଗିଥିଲେ। ହେଲେ କିଛି ଦଳ ତାଙ୍କ ବିରୋଧରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଦାବି କରିବା ଆରମ୍ଭ କରିଥିଲେ। ଏନେଇ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କ୍ଷମା ମାଗିଛନ୍ତି।
ସେ କହିଛନ୍ତି ଯେ, “ଆମେ ରାଷ୍ଟ୍ରପତିଙ୍କୁ ବହୁତ ସମ୍ମାନ କରୁ। ସେ ଜଣେ ବହୁତ ଭଲ ମହିଳା। ମୁଁ ମୋ ମନ୍ତ୍ରୀଙ୍କ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରୁଛି। ଅଖିଳ ଗିରି ଏଭଳି କହି ଭୁଲ କରିଛନ୍ତି। ମୁଁ ତାଙ୍କ ମନ୍ତବ୍ୟକୁ ନିନ୍ଦା କରୁଛି ଏବଂ ଏଥିପାଇଁ କ୍ଷମା ମାଗୁଛି।
ଉଲ୍ଲେଖଯୋଗ୍ୟ, ନନ୍ଦିଗ୍ରାମର ଏକ ଗାଁରେ ଆୟୋଜିତ ରାଲିରେ ଅଖିଳ ଗିରି କହିଥିଲେ ଯେ, ବିଜେପି କହୁଛି ଯେ ମୁଁ ସୁନ୍ଦର ଦେଖାଯାଉ ନାହିଁ। ଆମେ ସେମାନଙ୍କ ଭଳି କାହାର ରୂପକୁ ନେଇ ସମାଲୋଚନା କରୁନାହୁଁ। ଆମେ ରାଷ୍ଟ୍ରପତିଙ୍କୁ ସମ୍ମାନ କରୁ। କିନ୍ତୁ ଆମ ରାଷ୍ଟ୍ରପତି କିପରି ଦେଖାଯାଉଛନ୍ତି?” ଏଭଳି ମନ୍ତବ୍ୟକୁ ନେଇ ବିବାଦ ମୁଣ୍ଡ ଟେକିଥିଲା।

Powered by Froala Editor