ଇଣ୍ଟରଭ୍ୟୁ ଦେବାକୁ ଯାଉଥିଲେ ଜାଣନ୍ତୁ କିଛି ଟିପ୍ସ....
ଅନେକଙ୍କ ପାଖରେ ଟ୍ୟାଲେଣ୍ଟ ଥାଇ ସୁଦ୍ଧା ବେଳେବେଳେ କେତେକ ସ୍ଥାନରେ ଫେଲ୍ ହୋଇଥାନ୍ତି । ବିଶେଷକରି ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଥିଲେ ମନରେ ଭୟ ରହିଥାଏ । ଏହାକୁୁ ସାମ୍ନା କରିବା ପାଇଁ କେତେକ ଦିଗ ପ୍ରତି ଧ୍ୟାନ ଦେଲେ ସହଜରେ ହୋଇଯିବେ ଉତ୍ତୀର୍ଣ୍ଣ ।
ଆସନ୍ତୁ ଜାଣିବା କିଛି ଟିପ୍ସ :
- ଇଣ୍ଟରଭ୍ୟୁରେ ସଫଳ ହେବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ସିଭି । ସିଭି ଭଲ ଭାବେ ତିଆରି ହୋଇଥିବା ଦରକାର । ଏଥିପାଇଁ ସିଭିରେ ନିଜର ସମସ୍ତ ତଥ୍ୟ ଠିକ୍ ଭାବେ ଉଲ୍ଲେଖ କରନ୍ତୁ । ଏଥିସହ ସିଭିରେ ଯାହା ଲେଖିଛନ୍ତି ତାହା ସତ ହୋଇଥିବା ଆବଶ୍ୟକ ।
– କୌଣସି ଅଫିସରେ ଯେଉଁ ବିଭାଗ ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି ସେ ସମ୍ପର୍କିତ ପ୍ରଶ୍ନର ଉତ୍ତର ସ୍ପଷ୍ଟ ଭାବେ ଦେବା ଉଚିତ । ଏଥିସହିତ ନିଜ ଭିତରେ ଆତ୍ମବିଶ୍ୱାସ ରହିବା ଦରକାର ।
- ଇଣ୍ଟରଭ୍ୟୁ ସମୟରେ ଷ୍ଟାର ହେବାକୁ ପଡ଼ିବ । ଏସଟିଏଆର ଅର୍ଥ (ସିଚୁଏସନ, ଟାକ୍ସ, ଆକ୍ସନ ଓ ରେଜଲ୍ଟ) ।
ସିଚୁଏସନ : ଆପଣ ପରିସ୍ଥିତିକୁ ଭଲ ଭାବେ ଅନୁଧ୍ୟାନ କରନ୍ତୁ ।
ଟାସ୍କ : ଯାହା ଟାସ୍କ ଦିଆଯାଇଥିବ ତାହା ନିର୍ଭୁଲ ଭାବେ କରିବା ପାଇଁ ଚେଷ୍ଟା କରନ୍ତୁ ।
ଆକ୍ସନ : ଆପଣ ମଧ୍ୟ ଇଣ୍ଟରଭ୍ୟୁ ନେଉଥିବା ବ୍ୟକ୍ତିଙ୍କୁ କିଛି ପ୍ରଶ୍ନ ଖୋଲାଖୋଲି ପଚାରନ୍ତୁ । ମନେରଖନ୍ତୁ ଛୁଟି ଏବଂ ଦରମା କଥା ଆଦୌ ପଚାରିବେ ନାହିଁ ।
ରେଜଲ୍ଟ : କିଛିଦିନ ଧୈର୍ଯ୍ୟର ସହ ଫଳାଫଳକୁ ଅପେକ୍ଷା କରନ୍ତୁ ।
Powered by Froala Editor