ଘରକରଣା ଟିପ୍ସ ଜାଣନ୍ତୁ.....
ଘର ସମ୍ଭାଳି ଥାଏ ଜଣେ ଘରଣୀ । ଘରର ପ୍ରତିଟି କଥା ବୁଝିବା ସହ ସମସ୍ତ ସୁଖ ସୁବିଦା ବିଷୟରେ ଧ୍ୟାନ ରଖିଥାଏ ଗୋଟିଏ ଘରଣୀ । ତେବେ ଆସନ୍ତୁ ଜାଣିବା, ଘରଣୀ ପାଇଁ କିଛି ଘରକରଣା ଟିପ୍ସ...
- ରେସ୍ତୋରାଁରେ ମୃଦୁପାନୀୟ ଅପ୍ୟାୟିତ କରାଯିବାବେଳେ ସେଥିରେ ସ୍ୱଚ୍ଛ ବରଫ ପଡ଼ିଥାଏ । ଘରେ କିନ୍ତୁ ଆମ ବରଫ ଟ୍ରେରେ ଥିବା ବରଫ ଆଦୌ ସ୍ୱଚ୍ଛ ନୁହେଁ । ଏଭଳି ସ୍ୱଚ୍ଛ ବରଫ ନିମନ୍ତେ ପ୍ରଥମେ ପାଣିକୁ ଫୁଟାଇ ଥଣ୍ଡା କରନ୍ତୁ, ଏହି ପାଣିକୁ ଟ୍ରେରେ ରଖନ୍ତୁ । ଦେଖିବେ, ଫ୍ରିଜରରେ ସ୍ୱଚ୍ଛ ବରଫ ଶୀଘ୍ର ଜମିଯିବ ।
- ସଢେ଼ଇରୁ ନଡ଼ିଆ ଶସ ଅଲଗା କରିବାକୁ ଚାହୁଥିଲେ, ଚୁଲା ଜଳାଇ କିଛି ସମୟ ରଖିଦେବେ । ଥଣ୍ଡା ହେବା ପରେ ଚେଷ୍ଟା କଲେ ଆରାମରେ ସଢେ଼ଇରୁ ଶସ ଅଲଗା ହୋଇଯିବ ।
- ଗାଢ଼ା ଦହି ବସାଇବାକୁ ଚାହୁଁଛନ୍ତି କି... ଦହି ପାତ୍ରକୁ ଅଟା ଡବାରେ ରାତିସାରା ରଖିବେ । ସକାଳୁ ଘୋଡ଼ଣି ଖୋଲି ଦେଖିବେ କେତେ ଗାଢ଼ା ଦହି ବସିଛି ।
- ମସଲା ଡବାରୁ ଦାଗ ଛାଡ଼ାଇବା ପାଇଁ ଭିନେଗାର, ବେକିଂ ସୋଡ଼ା ମିଶା ପାଣିରେ ଡବାକୁ କିଛି ସମୟ ବତୁରାଇଦେବେ । ଏଥରକ ସଫା କଲେ ଦାଗ ସହଜରେ ଛାଡ଼ିଯିବ ।
Powered by Froala Editor