ସାବରୀମାଳା ମନ୍ଦିର ଚାରିପଟେ ବ୍ୟାନ୍ ହେଲା ନିଶାଦ୍ରବ୍ୟ, କାହିଁକି ଜାଣନ୍ତୁ...
ସାବରୀମାଳା ମନ୍ଦିର ଚାରିପଟେ ନିଶାଦ୍ରବ୍ୟ ବିକ୍ରି ହୋଇପାରିବନି କି ସେଠାରେ ନିଶା କେହି ଖାଇପାରିବେନି । ସାବରୀମାଳା ମନ୍ଦିର ନିକଟରେ ଥିବା ଗାଁଗୁଡ଼ିକ ତଥା ପମ୍ବା, ତ୍ରିବେଣୀ, ମରାକୁଟ୍ଟମ, ସବରୀ ପଡ଼ିମା ଓ ରାଣୀ ତାଲୁକର ପେରିନାଡ୍ଡୁ, କେଲ୍ଲାମୁଲା ଗାଁରେ ନିଶାଦ୍ରବ୍ୟ ବିକ୍ରିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଏହି ଅଞ୍ଚଳରେ କୌଣସି ପ୍ରକାର ମଦ କିମ୍ବା ତମ୍ବାଖୁ ଉତ୍ପାଦନ ଓ ବିକ୍ରି ହୋଇ ପାରିବନାହିଁ । ଆଗକୁ ସ୍ବାମୀ ଆୟାପ୍ପାଙ୍କ ପ୍ରସିଦ୍ଧ ପର୍ବ ଥିବାରୁ ଏହି ନିଷ୍ପତ୍ତି ନେଇଛନ୍ତି କେରଳ ସରକାର। ନଭେମ୍ବର ୧୪ରୁ ୨୨ ଜାନୁୟାରୀ ପର୍ଯ୍ୟନ୍ତ ମଦ ଫ୍ରି ଜୋନ୍ ଭାବେ ଘୋଷଣା ହୋଇଛି ।
ଆସନ୍ତା ନଭେମ୍ବର ୧୭ ତାରିଖରୁ ସାବରୀମାଳା ମନ୍ଦିରରେ ଆରମ୍ଭ ହେବ ସ୍ବାମୀ ଆୟାପ୍ପଙ୍କ ପ୍ରସିଦ୍ଧ ମଣ୍ଡଲମ-ମକରାଓ୍ବିଲକ୍କୁ ପର୍ବ । ୧୫ ଜାନୁୟାରୀ ପର୍ଯ୍ୟନ୍ତ ଦୁଇ ମାସ ଧରି ଚାଲିବ ବାର୍ଷିକ ଉତ୍ସବ । ଆୟାପ୍ପା ସ୍ବାମୀଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କେରଳ ସରକାର ମନ୍ଦିର ଆଖପାଖ ଇଲାକାକୁ ମଦମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି ।
Powered by Froala Editor