ପରିବାରର ୩ ଜଣଙ୍କ ସମେତ ପଡୋଶୀଙ୍କୁ ମାରିଦେଲା ନାବାଳକ

ତ୍ରିପୁରାର କଲମପୁରରେ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ୧୩ ବର୍ଷୀୟ ନାବାଳକ ନିଜ ପରିବାରର ମାଆ, ଭଉଣୀ, ଜେଜେବାପା ସମେତ ୪ ଜଣଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଛି । ହତ୍ୟା କରିବା ପରେ ମୃତଦେହକୁ ଘର ନିକଟରେ ଗାତ ଖୋଳି ପୋତି ଦେଇଥିଲା । ନଭେମ୍ବର ୫ରେ ନାବାଳକ ନିଜ ପରିବାରର ୩ ଓ ପଡୋଶୀର ମହିଳାକୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲା । ତେବେ ନାବାଳକ ଜଣକ କେଉଁ କାରଣରୁ ଏଭଳି ବୀଭତ୍ସ କାଣ୍ଡ ଘଟଣାଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।
ପଡୋଶୀ ପୁଲିସକୁ ଖବର ଦେବା ପରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ନାବାଳକକୁ ଗିରଫ କରି ପଚରାଉଚରା ଜାରି ରଖିଛି ।
Powered by Froala Editor