ଗ୍ୟାସ୍ କଣ୍ଟେନରକୁ ଧକ୍କା ଦେଲା ସ୍କର୍ପିଓ, ୩ ମୃତ
ସୋର : ଗ୍ୟାସ୍ କଣ୍ଟେନରକୁ ପଛପଟୁ ଧକ୍କା ଦେଲା ସ୍କର୍ପିଓ। ଚାଲିଗଲା ସ୍ୱାମୀ ସ୍ତ୍ରୀଙ୍କ ଜୀବନ। ୧୬ ନମ୍ଵର ଜାତୀୟ ରାଜପଥ ଜାମୁଝାଡ଼ି ତାରିଣୀ ଛକ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି।
ସୂଚନାନୁଯାୟୀ, ପଶ୍ଚିମବଙ୍ଗ ହୁଗୁଳିରୁ ଦୁଇଟି ପରିବାର ଦୁଇଟି ସ୍କର୍ପିଓ ଯୋଗେ ପୁରୀ ଅଭିମୁଖେ ଯାଉଥିଲେ। ୧୬ ନମ୍ଵର ଜାତୀୟ ରାଜପଥ ଜାମୁଝାଡ଼ି ତାରିଣୀ ଛକ ନିକଟରେ ଆଗରେ ଯାଉଥିବା ଗ୍ୟାସ କଣ୍ଟେନରକୁ ସ୍କର୍ପିଓ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣେ ଡ୍ରାଇଭରଙ୍କ ସମେତ ମହିଳା ପାର୍ବତୀ ଦାସ ଓ ତାଙ୍କ ସ୍ୱାମୀ ଶଙ୍କର ରାଓଙ୍କର ମୃତ୍ୟୁ ହୋଇଛି। ଏହା ସହ ୪ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ସୋରୋ ମେଡିକାଲରେ ଭର୍ତ୍ତି କରାଯାଇଛି। ରାସ୍ତା କାମ ଚାଲୁଥିବାର ଦୁର୍ଘଟଣା ଘଟିଥିବା କୁହାଯାଉଛି।
Powered by Froala Editor