ଚତୁର୍ଥ ରାଉଣ୍ଡ ଭୋଟ ଗଣତି: କାହାକୁ କେତେ ଭୋଟ

ଭଦ୍ରକ: ପ୍ରଥମ, ଦ୍ୱିତୀୟ ଓ ତୃତୀୟ ରାଉଣ୍ଡ ଗଣତି ପରେ ଏବେ ଚତୁର୍ଥ ରାଉଣ୍ଡର ଫଳାଫଳ ସାମନାକୁ ଆସିଛି । ପ୍ରଥମ ୩ଟି ରାଉଣ୍ଡ ଭଳି ଏହି ରାଉଣ୍ଡରେ ବି ବିଜେପି ଆଗୁଆ ରହିଛି ।
ତେବେ ଚତୁର୍ଥ ରାଉଣ୍ଡ ଭୋଟ ଗଣତି ପରେ କାହାକୁ କେତେ ଭୋଟ ମିଳିଛି, ଆସନ୍ତୁ ଜାଣିବା
ବିଜେଡି(ଅବନ୍ତୀ ଦାସ): ୪୦୬୧ .... ମୋଟ ଭୋଟ ୧୪,୯୨୦
କଂଗ୍ରେସ(ବାବା ହରେକୃଷ୍ଣ ସେଠୀ):୧୩୦ ...ମୋଟ ଭୋଟ ୫୫୭
ବିଜେପି(ସୂରଜ ସୂର୍ଯ୍ୟବଂଶୀ ): ୫୨୮୯...ମୋଟ ଭୋଟ ୧୮୧୮୧
ସ୍ୱାଧୀନ(ପବିତ୍ର ମୋହନ ଦାସ): ୩୪....ମୋଟ ଭୋଟ ୯୨
ସ୍ୱାଧୀନ(ରାଜେନ୍ଦ୍ର ଦାସ):୧୨୭୦ ....ମୋଟ ଭୋଟ ୨୩୬୨
ନୋଟା: ୪୫...ମୋଟ ଭୋଟ ୧୨୪
ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କୁ ୪୭୪୯ଟି ଭୋଟ ମିଳିଥିବାବେଳେ ବିଜେଡି ପ୍ରାର୍ଥୀଙ୍କୁ୩୯୮୦ଟି ଭୋଟ ମିଳିଥିଲା । କଂଗ୍ରେସ ପ୍ରାର୍ଥୀଙ୍କୁ ମାତ୍ର ୧୬୨ଟି ଭୋଟ ମିଳିଥିବାବେଳେ ସ୍ୱାଧୀନ ପ୍ରାର୍ଥୀଙ୍କୁ ୪୦୨ଟି ଭୋଟ ମିଳିଥିଲା ।
ସେହିପରି ଦ୍ୱିତୀୟ ରାଉଣ୍ଡରେ ବିଜେଡିକୁ ୩୩୭୮, ବିଜେପିକୁ ୩୯୮୮, କଂଗ୍ରେସକୁ ୧୫୧, ସ୍ୱାଧୀନ ରାଜେନ୍ଦ୍ର ଦାସଙ୍କୁ ୧୯୫, ସ୍ୱାଧୀନ ପବିତ୍ରମୋହନ ଦାସଙ୍କୁ ୧୭ଟି ଭୋଟ ମିଳିଥିଲା ।
ତୃତୀୟ ରାଉଣ୍ଡରେ ବିଜେଡିକୁ ୩୫୦୧, ବିଜେପିକୁ ୪୧୫୫, କଂଗ୍ରେସକୁ ୧୧୪, ସ୍ୱାଧୀନ ରାଜେନ୍ଦ୍ର ଦାସଙ୍କୁ ୪୯୫, ସ୍ୱାଧୀନ ପବିତ୍ରମୋହନ ଦାସଙ୍କୁ ୧୭ଟି ଭୋଟ ମିଳିଥିଲା ।
Powered by Froala Editor