ମହିଳାଙ୍କୁ ଗୁଳି ମାଡ

ବାସୁଦେବପୁର : ଶୁକ୍ରବାର ସନ୍ଧ୍ୟା ସମୟ ରେ ବାସୁଦେବପୁର ବ୍ଳକ ଅନ୍ତର୍ଗତ ଅଲବଗା ଚଉରା ଛକ ଠାରେ ଦୂର୍ବୁର୍ତ୍ତ ମାନେ ଏକ ବାଇକ୍ ରେ ଆସି ଜଣେ ମହିଳା ଙ୍କୁ ଆକ୍ରମଣ କରି ଥିବା ର ଜଣା ଯାଇଛି। ଦୁବୁର୍ତ ମାନେ ମହିଳା ଙ୍କ ଠାରୁ ମୋବାଇଲ ଛଡେଇ ନେଇ ଗୁଳି ମାଡ କରି ଖସି ପଳେଇ ଯାଇଛନ୍ତି। ଗୁଳି ମାଡ ରେ ମହିଳା ଙ୍କ ହାତ ରେ ଗଭୀର କ୍ଷତ ହୋଇଛି। ମହିଳା ଜଣଙ୍କ ତାଙ୍କର ୪ ବର୍ଷର ଝିଅକୁ ଧରି ଲୁଗା କିଣିବାକୁ ଆସୁଥିଲେ । ନିଜର ମୋବାଇଲ ଟର୍ଚ୍ଚ ଜାଳି ରାସ୍ତାରେ ଆସୁଥିବାବେଳେ ଦୁଇ ଜଣ ଅସାମାଜିକ ବ୍ୟକ୍ତି ବାଇକରେ ଆସି ଲୁଟ ଉଦ୍ୟମ କରିଥିଲେ । ଏଥିରେ ବିଫଳ ହେବା ପରେ ମହିଳାଙ୍କୁ ଗୁଳି ମାଡ କରିଥିଲେ ।
ମହିଳା ଙ୍କୁ ବାସୁଦେବପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା କରାଯାଇ ଭଦ୍ରକ ମେଡିକାଲ କୁ ପଠାଯାଇଛି। ମହିଳା ଙ୍କ ନାମ ଜ୍ୟୋତ୍ସ୍ନା ରାଣୀ ସାହୁ, ବୟସ ୩୫, ସ୍ଵାମୀଙ୍କ ନାମ ପ୍ରଫୁଲ୍ଲ କୁମାର ସାହୁ ବୋଲି ଜଣା ଯାଇଛି। ବାସୁଦେବପୁର ପୋଲିସ ଖବର ପାଇ ଘଟଣା ର ତଦନ୍ତ ଆରମ୍ଭ କରିଛି।
Powered by Froala Editor