ତିହିଡିରେ ନିର୍ବାଚନୀ ହିଂସା: ବିଜେପି ସମର୍ଥକଙ୍କୁ ଆକ୍ରମଣ

ଧାମନଗର: ଧାମନଗରରେ ଆସନ୍ତାକାଲି ଭୋଟ ଗଣତି । ହେଲେ ଏହା ପୂର୍ବରୁ ଧାମନଗର ତିହିଡିରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ତିହିଡି ତଳଗପବିନ୍ଧା ଗାଁରେ ବିଜେପି ସମର୍ଥକଙ୍କୁ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ବିଜେପି ସମର୍ଥକଙ୍କୁ ଗତକାଲି ବିଳମ୍ବିତ ରାତିରେ ବିଜେଡି କର୍ମୀ ଲୁହା ରଡରେ ମରଣାନ୍ତକ ଆକ୍ରମଣ କରିଥିବା ସୂଚନା ମିଳିଛି । ଆକ୍ରମଣରେ ତଳଗପବିନ୍ଧା ଗାଁର ସଂଜିବନୀ ବହେରା ଓ ଶଶିକାନ୍ତ ଜେନା ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୋଗ ପାଇବା ପରେ ତିହିଡି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
କାଲି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ । ୨ଟି ବ୍ଲକ ଓ ଗୋଟିଏ ଏନଏସିର ମୋଟ୍ ୧୪ଟି ଗଣତି ଟେବୁଲରେ ୧୮ ରାଉଣ୍ଡ ଭୋଟ ଗଣତି ହେବ । ଧାମନଗର ବ୍ଲକର ଅସୁରାଳି ଜୋନରୁ ଭୋଟ ଗଣତି ଆରମ୍ଭ ହୋଇ ତିହିଡି ବ୍ଲକରେ ଭୋଟ ଗଣତି ଶେଷ ହେବ ବୋଲି ସୂଚନା ମିଳିଛି ।
Powered by Froala Editor