ପଦ୍ମପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା, ଜାଣନ୍ତୁ କେବେ?
ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ପରେ ପରେ ଏକ ବଡ଼ ଖବର ଆସିଛି ।ପଦ୍ମପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା। ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ପଦ୍ମପୁର ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ତାରିଖ ହେଲା ଘୋଷଣା । ଡିସେମ୍ବର ୫ ତାରିଖରେ ହେବ ପଦ୍ମପୁର ଉପନିର୍ବାଚନ । ଉପନିର୍ବାଚନ ପାଇଁ ନଭେମ୍ବର ୧୦ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି ।
ତେବେ ନଭେମ୍ବର ୧୭ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ୧୮ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ଓ ୨୧ ତାରିଖରେ ନାମାଙ୍କନ ପ୍ରତ୍ୟାହରର ଶେଷ ତାରିଖ ରହିଛି । ଡିସେମ୍ବର ୫ରେ ଭୋଟିଂ ହେବାକୁ ଥିବାବେଳେ ୮ ତାରିଖରେ ଭୋଟ ଗଣତି ହେବ ।
ପ୍ରକାଶ ଯେ ବିଜୟ ରଞ୍ଜନ ସିଂଂ ବରିହାଙ୍କ ଦେହାନ୍ତ ପରେ ଏହି ଆସନ ଖାଲିପଡ଼ିଛି । ତେଣୁ ଏଠାରେ ଉପନିର୍ବାଚନ ହେବାକୁ ଯାଉଛି । ଡିସେମ୍ବର ୫ତାରିଖରେ ମତଦାନ ଥିବା ବେଳେ ହାତରେ ମାତ୍ର ଗୋଟିଏ ମାସ ରହିଛି । ପ୍ରତି ରାଜନୈତିକ ଦଳ ପାଇଁ ପ୍ରାର୍ଥୀ ଚୟନ କରିବା ଏବଂ ପ୍ରଚାର ଚ୍ୟାଲେଞ୍ଜ ରହିବ ।
Powered by Froala Editor