ପ୍ରଥମ ଓଡ଼ିଆ ଭାବେ ଫିକିର ସଭାପତି ନିଯୁକ୍ତ ହେଲେ ଶୁଭ୍ରକାନ୍ତ ପଣ୍ଡା

ଫେଡେରେସନ ଅଫ୍ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ(ଫିକି)ର ପରବର୍ତ୍ତୀ ସଭାପତି ନିଯୁକ୍ତ ହୋଇଛନ୍ତି ଶୁଭ୍ରକାନ୍ତ ପଣ୍ଡା। ଦେଶର ଶିଳ୍ପ ଓ ବାଣିଜ୍ୟ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଅଗ୍ରଣୀ ସଂସ୍ଥା ‘ଫିକି ଇଣ୍ଡିଆ’ର ସଭାପତି ପଦବୀ ନିମନ୍ତେ ପ୍ରଥମ ଓଡ଼ିଆ ଭାବେ ଶ୍ରୀ ପଣ୍ଡା ଦାୟିତ୍ୱ ନେବେ। ଆଜି ମୁମ୍ୱାଇରେ ବସିଥିବା ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ତାଙ୍କ ନାଁ ଘୋଷଣା କରାଯାଇଛି। ଡିସେମ୍ୱର ୧୬ ଓ ୧୭ ତାରିଖରେ ହେବାକୁ ଥିବା ଫିକିର ୯୫ତମ ବାର୍ଷିକ ସାଧାରଣ ବୈଠକରେ ସେ ସଭାପତି ଭାବେ ସଞ୍ଜୀବ ମେହେଟାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ।
ଶ୍ରୀ ପଣ୍ଡା ବର୍ତ୍ତମାନ ଇମ୍ଫାର ପରିଚାଳନା ନିର୍ଦ୍ଦେଶକ । ଏହା ସହିତ ବର୍ତ୍ତମାନ ଫିକିର ସିନିୟର ଭାଇସ୍ ପ୍ରେସିଡେଣ୍ଟ ଅଛନ୍ତି। ସେ ‘ଫିକି’ ଓଡ଼ିଶାର ପ୍ରଥମ ରାଜ୍ୟ ଅଧ୍ୟକ୍ଷ ହେବା ସହିତ ଜାତୀୟ ମାନୁଫାକ୍ଚରିଂ କମିଟିର ଅଧ୍ୟକ୍ଷ ରୂପେ କାର୍ଯ୍ୟ କରିଛନ୍ତି। ୨୦୧୭-୧୮ ମସିହାରେ ଆନ୍ତର୍ଜାତିକ ଚାମ୍ୱର ଅଫ୍ କମର୍ସର ଇଣ୍ଡିଆ ଚାମ୍ୱର ସଭାପତି ପଦ ଓ ୨୦୧୩-୧୫ ମସିହାରେ ପ୍ୟାରିସ୍ ସ୍ଥିତ ଇଣ୍ଟରନେସନାଲ୍ କ୍ରୋମିଅମ୍ ଡେଭଲପ୍ମେଣ୍ଟ ଆସୋସିଏସନ୍(ଆଇସଡିଏ)ର ସଭାପତି ପଦ ନିର୍ବାହ କରିଛନ୍ତି।
Powered by Froala Editor