ପ୍ରଦୂଷଣ ପାଇଁ କାମ ବନ୍ଦ : ଶ୍ରମିକଙ୍କୁ ମିଳିବ ମାସିକ ୫ ହଜାର ଟଙ୍କା
![ପ୍ରଦୂଷଣ ପାଇଁ କାମ ବନ୍ଦ : ଶ୍ରମିକଙ୍କୁ ମିଳିବ ମାସିକ ୫ ହଜାର ଟଙ୍କା](https://odishanewslens.com/news_gallery/17322_1667418321.jpg)
ଦିଲ୍ଲୀରେ ବୃଦ୍ଧି ପାଉଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ନିର୍ମାଣାଧୀନ କାର୍ଯ୍ୟ ଉପରେ ରୋକ୍ ଲଗାଯାଇଛି। ଏଠାରେ ଗ୍ରୁପ ଅଫ୍ ଷ୍ଟେଜ୍-୩ ନିୟମ ଲାଗୁ କରାଯାଇଛି। ଏଥିପାଇଁ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯାଇଛି। ନିର୍ମାଣ କାମ ବନ୍ଦ ହେତୁ ହଜାର ହଜାର ଲୋକ ବେରୋଜଗାର ହୋଇଯାଇଛନ୍ତି। ଏହାକୁ ଦୃଷ୍ଟି ରଖି ଦିଲ୍ଳୀ ସରକାର ଅର୍ଥାତ୍ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିର୍ମାଣ ସ୍ଥଳରେ କାମ କରୁଥିବା ଶ୍ରମିକମାନଙ୍କୁ ପ୍ରତିମାସରେ ୫୦୦୦ଟଙ୍କା ଆର୍ଥିକ ସହାୟତା ରାଶି ଦୋବକୁ ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ କହିବାନୁଯାୟୀ, ବୃଦ୍ଧି ପାଉଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ଦିଲ୍ଲୀରେ ନିର୍ମାଣାଧୀନ କାର୍ଯ୍ୟ ଉପରେ ରୋକ୍ ଲଗାଯାଇଛି। ଏହାକୁ ଦୃଷ୍ଟିରେ ରଖି ଶ୍ରମମନ୍ତ୍ରୀ ମନୀଷ ସିସୋଦିୟା ଏହି ସମୟ ମଧ୍ୟରେ ର୍ନିମାଣ କାର୍ଯ୍ୟରେ ଥିବା ଶ୍ରମିକଙ୍କୁ ଆର୍ଥିକ ସହାୟତା ରାଶି ଭାବେ ୫୦୦୦ ଟଙ୍କା ପ୍ରତି ମାସରେ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ମାଣ କାର୍ଯ୍ୟ ପୁନଃ ଆରମ୍ଭ ହେବା ପାଇଁ ଅନୁମତି ମିଳିବା ପର୍ଯ୍ୟନ୍ତ ଶ୍ରମିକଙ୍କୁ ଏହି ରାଶି ପ୍ରଦାନ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।
Powered by Froala Editor