ବସ୍ତି ବାସିନ୍ଦା ପାଇଲେ ପକ୍କା ଘର ଚାବି
ବସ୍ତି ପୁନର୍ବାସ ଯୋଜନାରେ ଆଜି ୩,୦୨୪ ନବ ନିର୍ମିତ ଫ୍ଲାଟ୍କୁ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବୁଧବାର ଦିଲ୍ଲୀର କାଲକାଜୀ ଅଞ୍ଚଳରେ ରହୁଥିବା ୫୦୦ ଲୋକଙ୍କୁ ପକ୍କା ଘର ଚାବି ହସ୍ତାନ୍ତର କରିଛନ୍ତି ପ୍ରଧାନମନ୍ତ୍ରୀ। ଏନେଇ ଆୟୋଜିତ ଏକ କାର୍ଯ୍ୟରେ ଏକାଧିକ ଉପଭୋକ୍ତା ଯୋଗ ଦେଇ ମୋଦୀଙ୍କ ଠାରୁ ଗୃହ ଚାବି ନେଇଛନ୍ତି। ଏହା ସେମାନଙ୍କୁ ସୁରକ୍ଷା ଦେବା ସହିତ ଘରର ମାଲିକାନା ବି ଦେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଶହ ଶହ ହିତାଧିକାରୀ ଘରର ଚାବି ପାଇଛନ୍ତି। କାଲକାଜୀ ବିସ୍ତାରର ପ୍ରଥମ ପର୍ଯ୍ୟାୟରେ ୩୦୦୦ ଘର ପ୍ରସ୍ତୁତ ହୋଇଛି। ଗତ ସାତ ଦଶନ୍ଧି ମଧ୍ୟରେ, ଆମର ସହରଗୁଡିକ ବିକାଶଠାରୁ ଦୂରରେ ରହିଥିଲା। କିନ୍ତୁ ଆଜି ଦେଶ ସବକା ସାଥ ସବ୍କା ବିକାଶ ମନ୍ତ୍ରରେ ଚାଲିଛି।
ଦିଲ୍ଲୀରେ ସମସ୍ତଙ୍କୁ ପାଇଁ ଘର ଯୋଗାଇ ଦେବା ନେଇ ପ୍ରଧାନମନ୍ତ୍ରୀଙ୍କ ମୋଦୀଙ୍କ ଘୋଷଣା କ୍ରମେ ବସ୍ତି ପୁନର୍ବାସ ଯୋଜନା କାର୍ଯ୍ୟକାରି ହେଉଛି। ଏହି ଯୋଜନାରେ ଦିଲ୍ଲୀ ଡେଭଲପ୍ମେଣ୍ଟ ଅଥୋରିଟି(DDA) ଏହାର ନିର୍ମାଣ କାର୍ଯ୍ୟ ହାତକୁ ନେଇଛି। ଏହି ଯୋଜନାରେ ଦିଲ୍ଲୀରେ ବସ୍ତି ନୂଆ ଫ୍ଲାଟ୍ ନିର୍ମାଣ କରି ଗୃହର ବଣ୍ଟନ କରାଯାଉଛି।
Powered by Froala Editor