ଡିଜିପିଙ୍କୁ ଏନଏଚଆରସିଙ୍କ ନୋଟିସ

ଭୁବନେଶ୍ୱର: ଯାଁଳା ଫାଣ୍ଡି ପରିସରସ୍ଥ ଏକ କାରରୁ କଙ୍କାଳ ମିଳିବା ଘଟଣାରେ ପୁଣି ଏକ ବଡ଼ ଖବର ସାମାନାକୁ ଆସିଛି । କଙ୍କାଳ ମିଳିବା ଘଟଣାରେ ଜାତୀୟ ମାନବାଧିକାର କମିଶନ ହସ୍ତକ୍ଷେପ କରିଛନ୍ତି । ଏନେଇ ଜାତୀୟ ମାନବାଧିକାର କମିଶନ ପୁଲିସ ଡିପି ଅଭୟଙ୍କୁ ନୋଟିସ ଜାରି କରିଛନ୍ତି । ୮ ସପ୍ତାହ ମଧ୍ୟରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଲାଗି ଜାତୀୟ ମାନବାଧିକାର କମିଶନ ନିଦେ୍ର୍ଧଶ ଦେଇଛନ୍ତି । ତଦନ୍ତରେ ଅବହେଳା ଦର୍ଶାଇ ଜଣେ ମାନବାଧିକାର କର୍ମୀ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେବା ପରେ ଏନଏଚଆରସି ପୁଲିସ ଡିଜିଙ୍କୁ ନୋଟିସ କରିଛନ୍ତି ।
ଅନ୍ୟପକ୍ଷରେ ଯାଆଁଳା ଫାଣ୍ଡିରୁ କଙ୍କାଳ ଜବତ ଘଟଣାରେ କମିସନରେଟ ପୁଲିସ୍ ରାଜ୍ୟ ବାହାରକୁ ପୋଷ୍ଟର୍ ପଠାଇଛି। ପୋଷ୍ଟର ପଠାଯାଇଥିବା ରାଜ୍ୟଗୁଡ଼ିକ ମଧ୍ୟରେ ରହିିଛି ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼। କମିସନରେଟ୍ ପୁଲିସ୍ ଏ ନେଇ ୪ ରାଜ୍ୟର ଏଡିଜିଙ୍କ ସହ କଥା ହୋଇଥିବା ସୂଚନା ରହିଛି। କେବଳ ସେତିକି ନୁହେଁ, ଏସ୍ସିଆର୍ବି ୱେବ୍ସାଇଟ୍ରେ ମଧ୍ୟ କଙ୍କାଳର ସ୍କେଚ ଜାରି କରାଯାଇଛି। ପୋଷ୍ଟ୍ର ମାରିବା ପରେ ପୁଲିସ୍କୁ ୫୦୦ରୁ ଅଧିକ କଲ୍ ମିଳି ସାରିଲାଣି। କଙ୍କାଳଟି ଖୋର୍ଦ୍ଧା ଅଞ୍ଚଳର ଜଣେ ମହିଳାଙ୍କର ବୋଲି ଚର୍ଚ୍ଚା ହେଉଛି।