ଖାଉଟିଙ୍କୁ ଆଶ୍ବସ୍ତି, ଶସ୍ତା ହେଲା ଏଲପିଜି ସିଲିଣ୍ଡର
ନୂଆଦିଲ୍ଲୀ: ଖାଉଟିଙ୍କୁ ମିଳିଛି ବଡ଼ ଧରଣର ଆଶ୍ବସ୍ତି । ଆଜିଠାରୁ ଏଲପିଜି ଗ୍ୟାସ ସିଲିଣ୍ଡର ପିଛା ୧୧୫ଟଙ୍କା ଶସ୍ତା ହୋଇଛି । ଏହି ହ୍ରାସ କେବଳ ବ୍ୟବସାୟିକ ସିଲିଣ୍ଡରରେ ହିଁ ହୋଇଛି । ସୂଚନା ଅନୁଯାୟୀ ଘରୋଇ ସିଲିଣ୍ଡରର ଦାମ୍ ଗତ ଜୁଲାଇ ୬ପରଠୁ କୌଣସି ପରିବର୍ତ୍ତନ ଘଟିନଥିଲା ।
ଆଇଓସିଏଲର ସୂଚନା ମୁତାବକ ଆଜିଠାରୁ ଦିଲ୍ଲୀରେ ଇଣ୍ଡେନର ୧୯କିଲୋଗ୍ରାମ ସିଲିଣ୍ଡରର ଦର ୧୧୫.୫ଟଙ୍କା, କୋଲକାତାରେ ୧୧୩, ମୁମ୍ବାଇରେ ୧୧୫.୫, ଚେନ୍ନାଇରେ ୧୧୬.୫ଟଙ୍କା ଶସ୍ତାରେ ମିଳିବ । ଏହାପୂର୍ବରୁ ଅକ୍ଟୋବର ୧ରେ ବି ଏହି ସିଲିଣ୍ଡରର ଦର ୨୫ଟଙ୍କା କମ୍ ହୋଇଥିଲା । ୧୪.୨କିଲୋଗ୍ରାମର ଘରୋଇ ଏଲପିଜି ସିଲିଣ୍ଡର ପୁରୁଣା ଦାମ୍ରେ ମିଳିବ ।
ଦିଲ୍ଲୀରେ ଇଣ୍ଡେନର ୧୯ କିଲୋଗ୍ରାମ ସିଲିଣ୍ଡରର ଦାମ ୧୮୫୯.୫୦ ଟଙ୍କା ଥିବା ବେଳେ କୋଲକାତାରେ ସିଲିଣ୍ଡର ଦାମ ୧୮୪୬ ଟଙ୍କାରେ ମିଳିବ। ଏହା ପୂର୍ବରୁ ଏହି ଦାମ ୧୯୯୫.୫୦ ଟଙ୍କା ରହିଥିଲା। ମୁମ୍ବାଇରେ ବ୍ୟବସାୟିକ ସିଲିଣ୍ଡର ୧୮୪୪ ଟଙ୍କା ବଦଳରେ ୧୬୯୬ ଟଙ୍କାରେ ଏବଂ ଚେନ୍ନାଇରେ ୨୦୦୯.୫୦ ଟଙ୍କା ସ୍ଥାନରେ ୧୮୯୩ରେ ମିଳିବ।
Powered by Froala Editor