ଡିସେମ୍ବର ୬ରେ ସିଏଏ ଶୁଣାଣି,୨ ନୋଡାଲ କାଉନସେଲ୍ଙ୍କୁ ନିଯୁକ୍ତ କଲେ ସୁପ୍ରିମକୋର୍ଟ

ଡିସେମ୍ବର ୬ତାରିଖରେ ସିଏଏ ( ନାଗରିକତା ସଂଶୋଧନ ଆଇନ) ମାମଲାର ଶୁଣାଣି ହେବ। ଏଥିପାଇଁ ସୁପ୍ରିମକୋର୍ଟ ୨ ଜଣ ନୋଡାଲ କାଉନସେଲଙ୍କୁ ନିଯୁକ୍ତି ଦେଇଛନ୍ତି। ସିଏଏ ନେଇ ଅଲ ଆସାମ ଷ୍ଟୁଡେଣ୍ଟ ୟୁନିଅନ୍ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ରୁଜୁ କରାଯାଇଥିଲା। ପ୍ରଧାନ ବିଚାରପତି ୟୁୟୁ ଲଲିତଙ୍କ ଅଧ୍ୟକ୍ଷତାରେ ଏସ ରବୀନ୍ଦ୍ର ଭଟ୍ଟ ଏବଂ ବେଲେ ଏମ ତ୍ରିଭେଦୀ ମାମଲାର ଶୁଣାଣି କରିଥିଲେ। ୩ ଜଣିଆ ବେଞ୍ଚ ଆଡଭୋକେଟ ପଲ୍ଲବୀ ପ୍ରତାପ, ଆଡଭୋକେଟ କାନୁ ଅଗ୍ରୱାଲଙ୍କୁ ନୋଡାଲ କାଉନସେଲ ଭାବେ ନିଯୁକ୍ତି ଦେଛନ୍ତି।
ଏହି ଦୁଇ ଜଣ କାଉନସେଲ ସିଏଏ ବାବଦରେ ସମସ୍ତ ଦସ୍ତାବିଜ୍ ସଂଗ୍ରହ କରିବେ। ଏଥିସହ ସର୍ବୋଚ୍ଚ ନ୍ୟାଳୟ ମୁଖ୍ୟତ ଅସାମ ଏବଂ ତ୍ରିପୁରା ରାଜ୍ୟକୁ ଏ ବାବଦରେ ୨ ସପ୍ତାହ ମଧ୍ୟରେ ସବିଶେଷ ତଥ୍ୟ ଦାଖଲ କରିବାକୁ କହିଛନ୍ତି।
Powered by Froala Editor