ଟ୍ରକ୍ ଭିତରେ ରକ୍ତାକ୍ତ ମୃତଦେହ

ଟ୍ରକ୍ ଭିତରୁ ମିଳିଛି ରକ୍ତାକ୍ତ ମୃତଦେହ । ମୃତଦେହଟି ସେହି ଟ୍ରକ୍ ଡ୍ରାଇଭରଙ୍କର । ଦୁଇ ତିନି ଦିନ ତଳୁ କେହି ଡ୍ରାଇଭରଙ୍କୁ ମାରିଦେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ୨୦ ନମ୍ୱର ଜାତୀୟ ରାଜପଥ ପ୍ରାଧିକରଣ ବନାଯୋଡ଼ି ଟୋଲ୍ ଗେଟ୍ ସମ୍ମୁଖରେ ସିଜି-୦୪-ଏନ୍ ଏଚ ୪୮୦୦ ନମ୍ବର୍ ଯୁକ୍ତ ୧୪ ଚକିଆ ଟ୍ରକଟି ରାସ୍ତା କଡ଼ରେ ଛିଡ଼ା କରି ଚାଳକ ଶୋଇଥିବା ସମୟରେ କେହି ଦୁର୍ବୃତ ଡ଼୍ରାଇଭରକୁ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି ।
ଟ୍ରକଟି ଯାଜପୁରରୁ ବାହାରି କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳକୁ ଆଇରନ ଲୋଡ଼ିଂ ପାଇଁ ଯାଉଥିଲା। ଉକ୍ତ ଗାଡ଼ି ମାଲିକର ଆଉ ଏକ ଗାଡ଼ି ଚଳାଉଥିବା ନିଜ କାକା ପୁଅ ଭାଇ ସେହି ରାସ୍ତା ଦେଇ ଯାଉଥିବା ବେଳେ ଭାଇର ଗାଡି ଛିଡା ହୋଇଛି ବୋଲି ଦେଖି ଗାଡି ଅଟକାଇ ଗାଡିରେ ଉଠି ଥିଲା। ଦେଖିଲା ବେଳକୁ ରକ୍ତ ଜୁଡୁବୁଡୁ ହୋଇ ଭାଇ ମରିକି ପଡିଛି । ମୃତ ବ୍ୟକ୍ତିର ଭାଇ ସଦର ଥାନାକୁ ଯାଇ ଏ ସମ୍ପର୍କରେ ଲିଖିତ ଅଭିଯୋଗ ପରେ ସଦର ପୋଲିସ ଘଟଣା ସ୍ଥଳରେ ପହଁଚି ୪୨୬/୨୨ ମାମଲା ରୁଜୁ କରି ଶବଟିକୁ ଗାଡିରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବେବଛେଦ କରିଛି।
ମୃତ ବ୍ୟକ୍ତି ମଧ୍ୟପ୍ରଦେଶ ରାଜ୍ୟର ସିଦ୍ଧି ଜିଲ୍ଲା ବାଲହରା ଅଂଚଳର ରାମ ନରେଶ ସାହୁ(୨୮) । ତାଙ୍କର ଦୁଇଜଣ ଛୁଆ ଅଛନ୍ତି ବୋଲି ଡ୍ରାଇଭର ଭାଇ କହିଛନ୍ତି। ସଦର ପୋଲିସ ହତ୍ୟାର କୌଣସି ଟେର ପାଇନଥିବା ବେଳେ ଏହି ଘଟଣାଟି ତିନି ଦିନ ପୂର୍ବେ ହୋଇଛି ବୋଲି ଜଣାପଡିଛି।
Powered by Froala Editor