ଅସୁସ୍ଥ ହେଲେ ଶରଦ ପାୱାର, ହସ୍ପିଟାଲରେ ଭର୍ତ୍ତି
ହଠାତ୍ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ମହାରାଷ୍ଟ୍ରର ବରିଷ୍ଠ ନେତା ତଥା ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ସପ୍ତାହରେ ତାଙ୍କୁ ଡିସଚାର୍ଜ କରାଯିବ ବୋଲି ସୂଚନା ମିଳିଛି। ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ସେ ନଭେମ୍ବରରେ ହେବାକୁ ଥିବା ପାର୍ଟି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରାରେ ଯୋଗଦେବେ।
ବର୍ତ୍ତମାନ ସୁଦ୍ଧା ଅନେକ ନେତା ଏହି ପଦଯାତ୍ରାରେ ସାମିଲ ହୋଇସାରିଛନ୍ତି । କୁହାଯାଉଛି ଯେ, ଏହି ଯାତ୍ରା ମହାରାଷ୍ଟ୍ରରେ ପହଞ୍ଚିବା ସମୟରେ ଅନେକ ବିରୋଧୀ ନେତା ଏଥିରେ ଯୋଗ ଦେଇପାରନ୍ତି । ଏହି ଯାତ୍ରା ଜରିଆରେ କଂଗ୍ରେସ ୨୦୨୪ ସାଧାରଣ ନିର୍ବାଚନ ପାର କରିବାକୁ ପ୍ରୟାସ କରୁଛି । ମହାରାଷ୍ଟ୍ର ପହଞ୍ଚିବା ପରେ ଏନସିପି ନେତା ଶରଦ ପାୱାର ମଧ୍ୟ ରାହୁଲ ଗାନ୍ଧୀଙ୍କ ସହ ଯାତ୍ରାରେ ସାମିଲ ହୋଇପାରନ୍ତି ।
ନଭେମ୍ବର ୪-୫ରେ ଶିରିଡ଼ିରେ ଦଳୀୟ ସମ୍ମିଳନୀ ରହିଛି। ସେଥିରେ ପାୱାର ଯୋଗ ଦେବେ ବୋଲି କୁହାଯାଇଛି। ଶରଦଙ୍କ ଆସୁଆରୋଗ୍ୟ କାମନା କରି ବହୁ ଦଳୀୟ ନେତା ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।
Powered by Froala Editor