ଗର୍ଭବତୀଙ୍କୁ ଚାକିରୀରୁ ବିଦା କରିବାରୁ କମ୍ପାନୀ ଦେଲା ଏତେ ଟଙ୍କାର ଜରିମାନା
ଗର୍ଭବତୀ ବୋଲି ଜଣେ ମହିଳାଙ୍କୁ କମ୍ପାନୀ ଚାକିରୀରୁ ବାହାର କରିଦେଲା । ତେବେ ଏହା ବିରୋଧରେ ମହିଳା ଜଣଙ୍କ ପାଟି ଖୋଲିଥିଲେ । ପ୍ରତିବାଦରେ ସେ କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ପରେ କୋର୍ଟ ମହିଳାଙ୍କ ସପକ୍ଷରେ ହିଁ ରାୟ ଦେଇଥିଲେ । ଫଳରେ ମହିଳା ଜଣଙ୍କ କମ୍ପାନୀ ଠାରୁ କ୍ଷତିପୂରଣ ବାବଦରେ ପ୍ରାୟ ସାଢେ଼ ୧୪ ଲକ୍ଷ ଟଙ୍କା ପାଇବାରେ ସମର୍ଥ ହୋଇଛନ୍ତି ।
ବ୍ରିଟେନର କେଂଟ ସହରରେ ଏଭଳି ଘଟଣା ଘଟିଛି । ମହିଳାଙ୍କୁ ୧୪ ହଜାର ପାଉଣ୍ଡ ବେଦା ପାଇଁ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । କି ପ୍ରମୋସନ କମ୍ପାନୀରେ ୟୂଲିଆ କିମିଚେୱା ଚାକିରୀ କରିଥିଲେ । ବହି ପ୍ୟାକେଜିଂ ଦାୟିତ୍ୱରେ ସେ ଥିଲେ । ତେବେ ଗର୍ଭବତୀ ହୋଇଥିବାରୁ ସେ କିଛିଦିନ ଛୁଟି ଚାହିଁଥିଲେ । କିନ୍ତୁ ଛୁଟି ବଦଳରେ ତାଙ୍କୁ ଛଟେଇ କରିଦିଆଗଲା । କମ୍ପାନୀର ଏଭଳି ନିଷ୍ପତିର ପ୍ରତିବାଦ କରି ୟୁଲିଆ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
Powered by Froala Editor