ବୋମା ବିସ୍ଫୋରଣରେ ଥରି ଉଠିଲା ମୋଗାଦିସୁ
ଆଫ୍ରିକୀୟ ଦେଶ ସୋମାଲିଆର ରାଜଧାନୀ ମୋଗାଦିସୁ ଶନିବାର ୨ଟି ଶକ୍ତିଶାଳୀ ବୋମା ବିସ୍ଫୋରଣରେ ଥରିଉଠିଛି । ଏଥିରେ ଡଜନରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବା କୁହାଯାଉଛି । ମୃତାହତଙ୍କ ସଂଖ୍ୟା ଅଧିକ ହେବାର ଆଶଙ୍କା ରହିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ପୋଲିସ ପ୍ରବକ୍ତା ସାଦିକ୍ ଡୋଦିଶେଙ୍କ ଅନୁସାରେ ଦୁଇଟି କାରରେ ଲଗାଯାଇଥିବା ବୋମା ବିସ୍ଫୋରଣ ଘଟିଛି।
ସହରରେ ଥିବା କେ-୫ ଜଙ୍କସନସ୍ଥିତ ସୋମାଲିଆର ଶିକ୍ଷା ମନ୍ତ୍ରାଳୟ ନିକଟରେ ଲଗାତାର ଦୁଇଟି ବୋମା ବିସ୍ଫୋରଣ ହୋଇଥିଲା । ପ୍ରଥମ ବୋମା ବିସ୍ଫୋରଣ ହେବାର କିଛି ମିନିଟ ପରେ ଆଉ ଏକ ବୋମା ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣର ଏତେ ପ୍ରଚଣ୍ଡ ଥିଲା ଯେ ତାହା ସାରା ସହରରେ ଶୁଣାଯାଇଥିଲା ।
ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ ମୃତ୍ୟୁସଂଖ୍ୟା ଏକ ଡଜନରୁ ଅଧିକ ହୋଇପାରେ । ଏହି ବିସ୍ଫୋରଣରେ ଜଣେ ସ୍ଥାନୀୟ ସାମ୍ବାଦିକ ମହମ୍ମଦ ଇସା କୋନାନ ନିହତ ହୋଇଛନ୍ତି । ଘଟଣାସ୍ଥଳରେ ଏବେ ଉଦ୍ଧାର କାମ ଚାଲିଛି ।
Powered by Froala Editor