ବିଜେପି ଟିକେଟରେ ନିର୍ବାଚନ ଲଢ଼ିବେ କଙ୍ଗନା

୨୦୨୪ରେ ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ଲୋକସଭା ଆସନ ପାଇଁ ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ୍। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରଦେଇ କଙ୍ଗନା କହିଛନ୍ତି, ଯଦି ଲୋକେ ଚାହାନ୍ତି ସେ ନିର୍ବାଚନ ଲଢ଼ିବାକୁ ରାଜି।
ସାକ୍ଷାତକାରରେ ରାଜନୀତି ମାଧ୍ୟମରେ ଲୋକଙ୍କ ସେବା ପାଇଁ କରିବାକୁ ଇଚ୍ଛା ଅଛିକି ପ୍ରଶ୍ନ ହୋଇଥିଲା। । ଉତ୍ତରେ ସେ ସବୁ ପ୍ରକାର ଫ୍ଲାଟଫର୍ମକୁ ଓହ୍ଲେଇବାକୁ ଇଚ୍ଛା ବୋଲି ସେ କହିଛନ୍ତି। କଙ୍ଗନା କହିଛନ୍ତି ଯେ, ଯେଉଁଭଳି ସରକାର ଚାଲିଛି, ଯଦି ସରକାର ମୋର ଭାଗିଦାରୀ ଚାହାନ୍ତି ତେବେ ମୁଁ ମଧ୍ୟ ରାଜି ଅଛି। ଯଦି ହିମାଚଳ ପ୍ରଦେଶରୁ ଲୋକଙ୍କ ସେବା ପାଇଁ ମୌକା ମିଳେ ତେବେ ଏହା ମୋ ପାଇଁ ସୌଭାଗ୍ୟ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ପ୍ରଶ୍ନ ହେବାରୁ, ମୋଦି ଜଣେ ମହାପୁରୁଷ ବୋଲି କଙ୍ଗନା କହିଛନ୍ତି ।
ଜେପି ନଡ୍ଡା କହିଛନ୍ତି,’ସମସ୍ତେ ଆସନ୍ତୁ ବୋଲି ଆମେ ଚାହୁଁଛୁ, କାରଣ ପିଏମ ମୋଦୀ ଆମ ପାର୍ଟିର ନେତା ଏବଂ ପ୍ରଧାନମନ୍ତ୍ରୀ । ପିଏମ ମୋଦୀଙ୍କ ଠାରୁ ପ୍ରଭାବିତ ହୋଇ ଦେଶର ଭଲ ବାତାବରଣ ସୃଷ୍ଟି ହେଉଛି । ଏଥିରେ ସେ ମଧ୍ୟ ସାମିଲ ହେବାକୁ ଚାହୁଁଥିଲେ, ତାଙ୍କୁ ସ୍ୱାଗତ’। ନିର୍ବାଚନ ଲଢିବା ପ୍ରଶ୍ନ ଉପରେ ନଡ୍ଡା କହିଛନ୍ତି, ‘ଟିକେଟ୍ ଦେବା କେବଳ ମୋର ନିଷ୍ପତ୍ତି ନଥାଏ । ତୃଣମୂଳ ସ୍ତରରୁ ଶୀର୍ଷ ସ୍ତର ଯାଏଁ ବିଚାର-ବିମର୍ଶ କରାଯାଏ ଏବଂ ପୁଣି ପାର୍ଟିଆମେଣ୍ଟାରୀ ବୋର୍ଡ ଯାଏ ଚାଲିଥାଏ’।
Powered by Froala Editor