ଶାଶୂଙ୍କ ବିଷୟରେ ଏମିତି କହିଲେ କ୍ୟାଟ୍ରିନା
ଭିକି କୌଶଲ ଓ କ୍ୟାଟ୍ରିନାଙ୍କ ଯୋଡିକୁ ଲୋକେ ଭାରି ପସନ୍ଦ କରୁଛନ୍ତି । ଖାସ୍ କରି କ୍ୟାଟ୍ରିନାଙ୍କ କ୍ରେଜ୍ ବହୁତ । କେବଳ ଲୋକମାନେ ନୁହେଁ ଭିକିଙ୍କ ପରିବାରରେ ମଧ୍ୟ କ୍ୟାଟ୍ରିନାଙ୍କୁ ପସନ୍ଦ କରନ୍ତି । କିଛି ଦିନ ତଳେ କ୍ୟାଟ୍ ଦ କପିଲ ଶର୍ମା ଶୋରେ ଶାଶୂଙ୍କ ବିଷୟରେ ସୁନ୍ଦର କଥା କହିଥିଲେ । ଯାହା ଶୁଣି ତାଙ୍କ ପ୍ରଶଂସକମାନେ ଖୁସି ପ୍ରକାଶ କରିଛନ୍ତି ।
କ୍ୟାଟ୍ରିନା ଦି କପିଲ ଶର୍ମା ଶୋ’ରେ କହିଥିଲେ କି ଭିକିଙ୍କ ମାଆ ବହୁତ ଭଲ, ତାଙ୍କ ପାଇଁ ମିଠା ଏବଂ ଆଳୁ ପରଟା ତିଆରି କରନ୍ତି। ତାଙ୍କୁ ବହୁତ କମ୍ ଖାଇବାକୁ ପଡେ କାହିକିଁ ନା ସେ ଡାଏଟ୍ରେ ରୁହନ୍ତି। ଏଥିପାଇଁ କ୍ୟାଟ୍ରିନାଙ୍କୁ ତାଙ୍କ ଶାଶୁଙ୍କ ପରଟା ଖୁଆଇ ଦିଅନ୍ତି। ସେ ଏହା ମଧ୍ୟ କହିଛନ୍ତି, ‘ମୋ ଶାଶୁ ମୋତେ ସ୍ନେହରେ’ କିଟୋ ‘ବୋଲି ଡାକନ୍ତି। ଆଉ ସେ ବହୁତ ସ୍ନେହି ।
ଭିକି ଏବଂ କ୍ୟାଟ୍ରିନା ୯ ଡିସେମ୍ବର ୨୦୨୧ରେ ରାଜସ୍ଥାନର ସାୱାଇ ମାଧୋପୁରରେ ବିବାହ କରିଥିଲେ। ଏହି ବିବାହରେ କେବଳ ଉଭୟ ପରିବାର ସହିତ ଘନିଷ୍ଠ ବନ୍ଧୁମାନେ ଉପସ୍ଥିତ ଥିଲେ ।
Powered by Froala Editor