ପୁଣିଥରେ ଦୁର୍ଘଟଣାଗ୍ରସ୍ତ ବନ୍ଦେ ଭାରତ ଏକ୍ସପ୍ରେସ
ନୂଆଦିଲ୍ଲୀ: ପୁଣିଥରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବନ୍ଦେ ଭାରତ ଏକ୍ସପ୍ରେସ। ଗୁଜରାଟର ଗାନ୍ଧିନଗର ଓ ମୁମ୍ବାଇ ରୁଟରେ ସେବା ଯୋଗାଉଥିବା ଏହି ସେମି ହାଇସ୍ପିଡ ଟ୍ରେନର ଧକ୍କା ଆଜି ଗୋଟିଏ ଷଣ୍ଢ ସହ ହୋଇଛି। ଗୁଜରାଟର ଅତୁଲ ରେଳ ଷ୍ଟେସନ ନିକଟରେ ଏହି ଘଟଣା ଘଟିଛି। ସକାଳ ୮.୧୫ରେ ଘଟଣା ଘଟିଥିଲା।
ଦୁର୍ଘଟଣା ଯୋଗୁ ଟ୍ରେନର ସାମ୍ନା ପଟ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ଟ୍ରେନଟି ପ୍ରାୟ ୧୫ ମିନିଟ୍ କାଳ ଟ୍ରାକରେ ଅଟକି ରହିଥିଲା। ଏହାପରେ ପୁଣିଥରେ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଇଥିଲା। ଏହି ଘଟଣାରେ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ।
ମାସକ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ତୃତୀୟ ଥର ପାଇଁ ଦୁର୍ଘଟଣାଗ୍ରସ୍ତ ହୋଇଛି। ଚଳିତ ମାସ ପ୍ରାରମ୍ଭରେ ଗୁଜରାଟର ଆନନ୍ଦ ନିକଟରେ ବନ୍ଦେ ଭାରତ ଏକ୍ସପ୍ରେସ ଗୋଟିଏ ଗାଈକୁ ଧକ୍କା ଦେଇଥିଲା। ସେହିପରି ଏହାର ଦିନକ ପରେ ଏକ୍ସପ୍ରେସର ଧକ୍କା ୪ଟି ମଇଁଷି ସହ ହୋଇଥିଲା।
Powered by Froala Editor