ଭଗବାନ କୃଷ୍ଣଙ୍କ ନାଁ ଅନୁଯାୟୀ ପୁଅର ନାଁ ରଖିଲେ କପିଲ

କମେଡି କିଙ୍ଗ କପିଲ ଶର୍ମା ନିକଟରେ ତାଙ୍କ ପୁଅର ନାଁ ଘୋଷଣା କରିଛନ୍ତି। କପିଲ ତାଙ୍କ ପୁଅର ନାଁ ଭଗବାନ କୃଷ୍ଣଙ୍କ ନାଁ ଆଧାରରେ ତ୍ରିଷ୍ଣା ରଖିଛନ୍ତି। ଏନେଇ ସେ ନିଜେ ଟୁଇଟ୍ କରି ସୋଶାଲ ମିଡିଆ ଜରିଆରେ ଜଣାଇଛନ୍ତି। କପିଲଙ୍କ ଏହି ଟୁଇଟ୍ ଏବେ ଭାଇରାଲ ହେବାରେ ଲାଗିଛି। ଏହା ସହ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟରେ କପିଲ ଜୁନିଅର ଶର୍ମାଙ୍କ ନାଁ ଘୋଷଣା କରିଥିବା ଦେଖିବାକୁ ମିଳିଛି।
ଫେବ୍ରୁଆରୀ ୧ ତାରିଖରେ ପୁଅର ବାପା ହୋଇଥିଲେ କପିଲ ଶର୍ମା । ଏପ୍ରିଲ ୨ ତାରିଖରେ କମେଡି କିଙ୍ଗ କପିଲ ଶର୍ମା ତାଙ୍କ ଜନ୍ମ ଦିନ ପାଳନ କରିଛନ୍ତି। ଏହି ଅବସରରେ ବଲିଉଡ ଗାୟିକା ନୀତି ମୋହନ୍ ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ। ଏଥିସହ ତାଙ୍କ ପୁଅର ନାଁ ପଚାରିଥିଲେ। ଉତ୍ତରରେ କପିଲ ଏବେ ତାଙ୍କ ପୁଅର ନାଁ ଖୁଲାସା କରିଛନ୍ତି। ସେ ନୀତିଙ୍କୁ ଧନ୍ୟବାଦ ଜଣାଇବା ସହ ପୁଅର ନାଁ କହିଛନ୍ତି। ସୂଚନାଯୋଗ୍ୟ ଯେ, ପୂର୍ବରୁ ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛି। ଏବେ କପିଲ ଟିଭି ଦୁନିଆ ଠାରୁ କିଛି ଦିନ ପାଇଁ ବ୍ରେକ ନେଇଛନ୍ତି। ସେ ନିଜ ପରିବାର ସହ ସମୟ ବିତାଉଛନ୍ତି।