ବାପା ହେବାକୁ ଯାଉଛନ୍ତି ରାଣା ଦଗୁବତୀ !

ବାହୁବଳୀର ଭଲ୍ଲାଲ୍ଦେବ ଓରଫ ରାଣା ଦଗୁବତୀ ବାପା ହେବାକୁ ଯାଉଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଉଭୟଙ୍କ ତରଫରୁ ଏନେଇ କୌଣସି ଅଫିସିଆଲ୍ ଆନାଉନ୍ସମେଣ୍ଟ ହୋଇନାହିଁ। ଏଭଳି କିଛି ଚର୍ଚ୍ଚା ଏବେ ସାମ୍ନାକୁ ଆସିଛି।
ଏହି ଷ୍ଟାର ଦମ୍ପତିଙ୍କ ବିବାହକୁ ଦୁଇ ବର୍ଷ ବିତିଗଲାଣି। ରାଣା ୨୦୨୦ ମସିହାରେ ଏକ ବ୍ୟକ୍ତିଗତ ସମାରୋହରେ ମିହିକା ବଜାଜଙ୍କୁ ବିବାହ କରିଥିଲେ। ଯେଉଁଥିରେ କେବଳ ପରିବାର ଏବଂ ଘନିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ । ଦୁହେଁ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ୍ କରିଥିଲେ। ପରେ ବିବାହ କରିଥିଲେ। ବର୍ତ୍ତମାନ, ପ୍ରଶଂସକମାନେ ଉତ୍ସାହର ସହିତ ମିହିକା ଏବଂ ରାଣାଙ୍କ ଅଫିସିଆଲ୍ ଷ୍ଟେଟମେଣ୍ଟକୁ ଅପେକ୍ଷା କରିଛନ୍ତି । ଖୁବ୍ ଶୀଘ୍ର ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିପାରନ୍ତି। ପୂର୍ବରୁ ମଧ୍ୟ ଏହି ପ୍ରକାରର କଳ୍ପନାଜଳ୍ପନା କରାଯାଇ ସାରିଛି।
ରିପୋର୍ଟ ଅନୁଯାୟୀ, ଅଭିନେତା ରାଣା ଡଗଗୁବତୀଙ୍କ ହାତରେ ଅନେକ ପ୍ରୋଜେକ୍ଟ ଅଛି । ସେ ଦୁଇଟି ଚଳଚ୍ଚିତ୍ରରେ କାମ କରୁଛନ୍ତି । ଏହା ବ୍ୟତୀତ ରାଣାଙ୍କୁ ଡକ୍ୟୁମେଣ୍ଟାରୀ ଧାରାବାହିକ ‘ଦି ଜର୍ନି ଅଫ୍ ଇଣ୍ଡିଆ’ର ପାର୍ଟ-୨ରେ ଦେଖିବାକୁ ମିଳିବ।
Powered by Froala Editor