ପକ୍ଷୀ ପାଇଁ ଏମରଜେନ୍ସି ଲ୍ୟାଣ୍ଡିଂ କଲା ବିମାନ
ଗୁରୁବାର ସକାଳେ ଉଡ଼ାଣ ଭରିବା ବେଳେ ଅହମ୍ମଦାବାଦରୁ ଦିଲ୍ଲୀ ଯାଉଥିବା ଆକାଶ ଏୟାର ବିମାନରେ ଦୁର୍ଘଟଣା ଘଟିଛି । ବୋଇଂ 737 ମାସ୍କ-8 ଏୟାରକ୍ରାଫ୍ଟ ବିମାନଟି ଭୂପୃଷ୍ଠରୁ ୧୯୦୦ ଫିଟ୍ ଉପରେ ଉଡ଼ୁଥିବା ବେଳେ ପକ୍ଷୀମାଡ଼ ହୋଇ ବିମାନର ଅଧିକାଂଶ ସ୍ଥାନ କ୍ଷତିଗ୍ରସ୍ତ ହୋଇଛି। ଏନେଇ ବେସାମରିକ ବିମାନ ଚଳାଚଳ ବିଭାଗ (ଡିଜିସିଏ) ପକ୍ଷରୁ ସୂଚନା ଦିଆଯାଇଛି।
ଡିଜିସିଏ କହିଛି “ଆଜି ଅହମ୍ମଦାବାଦରୁ ଦିଲ୍ଲୀ ଆସୁଥିବା ଆକାଶ ବି-737-8(ମ୍ୟାକ୍ସ) ଏୟାରକ୍ରାଫ୍ଟ VT-YAF ଅପରେଟିଂ ଫ୍ଲାଇଟ୍ QP-1333ରେ ପକ୍ଷୀ ମାଡ଼ରେ କ୍ଷତିଗ୍ରସ୍ତ ହୋଇଛି। ଦିଲ୍ଲୀରେ ଅବତରଣ କରିବା ପରେ ବିମାନଟି କେତେମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ତାହା ଜଣାପଡ଼ିଥିଲା। ଦିଲ୍ଲୀରେ ପହଞ୍ଚିବା ପରେ ବିମାନଟି ଏୟାରକ୍ରାଫ୍ଟ ଏଓଜି(ଏୟାରକ୍ରାଫ୍ଟ ଅନ୍ ଗ୍ରାଉଣ୍ଡ) ଘୋଷଣା କରିଥିଲା।”
Powered by Froala Editor