ସୁନାରେ ଝଲସିଲା କେଦାରନାଥ ଗର୍ଭଗୃହ
କେଦାରନାଥଙ୍କ ମନ୍ଦିରର ଗର୍ଭଗୃହର ସୁନା ଛାଉଣି କାର୍ଯ୍ୟ ଶେଷ ହୋଇଛି। ଗର୍ଭଗୃହରେ ଥିବା ଚାରିଟି ସ୍ତମ୍ଭ, ଝାଲିରି, ଛତ୍ର, ସିଲିଙ୍ଗ୍ ଓ କାନ୍ଥକୁ ସୁନା ଚାଦରରେ ଆଚ୍ଛାଦନ କରାଯାଇଛି। କଡ଼ା ପହରାରେ ଉକ୍ତ ସୁନା ଚାଦର ଗୁଡ଼ିକୁ ଦିଲ୍ଲୀରୁ ଗୌରୀକୁଣ୍ଡକୁ ଅଣାଯାଇଥିଲା। ଛାଉଣି ପାଇଁ ଆବଶ୍ୟକ ସମସ୍ତ ସୁନା ମହାରାଷ୍ଟ୍ରର ଜଣେ ବ୍ୟକ୍ତି ଦାନ କରିଛନ୍ତି, କିନ୍ତୁ ତାଙ୍କ ନାମ ପ୍ରଘଟ କରାଯାଇନାହିଁ।
ଦୀପାବଳିର କିଛି ଦିନ ପୂର୍ବରୁ ସୁନା ଛାଉଣି କାର୍ଯ୍ୟ ଆରମ୍ଭ ହୋଇଥିଲା। ଭାରତର ପ୍ରତ୍ନତାତ୍ତ୍ବିକ ସର୍ଭେର ଦୁଇଜଣ ଉଚ୍ଚସ୍ତରୀୟ ଅଧିକାରୀଙ୍କ ତତ୍ତ୍ବାବଧାନରେ ୧୯ଜଣ ଶ୍ରମିକ ସୁନା ଛାଉଣି କାର୍ଯ୍ୟରେ ଲାଗିଥିଲେ। ୧୮ଟି ତଟୁଘୋଡ଼ା ଛାଉଣି ପାଇଁ ଆବଶ୍ୟକ ୫୫୦ଟି ସୁନା ଚାଦର ବୋହି ଆଣିଥିଲେ। ପ୍ରାୟ ୧ ସପ୍ତାହ ତଳେ ରୂର୍କୀସ୍ଥିତ ‘ସେଣ୍ଟ୍ରାଲ୍ ବିଲ୍ଡିଙ୍ଗ୍ ରିସର୍ଚ ଇନ୍ଷ୍ଟିଚ୍ୟୁଟ୍’ ‘ଆଇଆଇଟି-ରୂର୍କୀ’ ଏବଂ ‘ଏଏସ୍ଆଇ’ର ୬ଜଣିଆ ସଦସ୍ୟ ଟିମ୍ ମନ୍ଦିର ପର୍ଯ୍ୟବେକ୍ଷଣ କରିଥିଲେ। ସେମାନଙ୍କ ପରାମର୍ଶକ୍ରମେ ସୁନା ଛାଉଣି କରାଯାଇଥିଲା।
Powered by Froala Editor