ଆସାମରେ ତାଣ୍ଡବ ରଚୁଛି ବାତ୍ୟା ସିତ୍ରାଙ୍ଗ
ନୂଆଦିଲ୍ଲୀ: ବାଂଲାଦେଶ ପରେ ଆସାମରେ ତାଣ୍ଡବ ରଚୁଛି ବାତ୍ୟା ସିତ୍ରାଙ୍ଗ । ପ୍ରବଳ ବର୍ଷା ଯୋଗୁଁ ୮୦ରୁ ଅଧିକ ଗାଁ ପ୍ରଭାବିତ ହୋଇଛି । ଘର ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଥିବାରୁ ହଇରାଣ ହେଉଛନ୍ତି ଲୋକେ । ପ୍ରବଳ ବର୍ଷା ପବନ ଯୋଗୁଁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି ।
ପାଣିପାଗ ବିଭାଗ ୪ ଉତ୍ତର ପୂର୍ବ ରାଜ୍ୟ ପାଇଁ ରେଡ଼ ଆଲର୍ଟ ଜାରି କରିଛି । ଉଦ୍ଧାରକାରୀ ଟିମ୍ ପ୍ରସ୍ତୁତ ରହିବାକୁ ସତର୍କ କରାଯାଇଛି । ପାଣିପାଗ ବିଭାଗ ସୂଚନା ମୁତାବିକ ଝାଡଖଣ୍ଡ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଓ କେରଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।
ଓଡ଼ିଶା ଉପକୂଳା ପ୍ରଭାବ ପକାଇବାକୁ ଅକ୍ଷମ ହୋଇଥିବା ସାମୁଦ୍ରିକ ଝଡ଼ ସିତ୍ରାଙ୍ଗ ବାଂଲାଦେଶରେ ତାଣ୍ଡବ ରଚିଛି। ଗତକାଲି ଭୋର ସମୟରେ ସିତ୍ରାଙ୍ଗ ସାମୁଦ୍ରିକ ଝଡ଼ର ରୂପ ନେଇ ବାଂଲାଦେଶ ଉପକୂଳରେ ଲ୍ୟାଣ୍ଡଫଲ କରିଥିଲା। ସ୍ଥଳ ଭାଗ ଛୁଇଁବା ବେଳେ ପବନର ସର୍ବାଧିକ ବେଗ ଘଣ୍ଟାପ୍ରତି ୧୦୦ କିମି ରହିଥିଲେ। ତେବେ ପ୍ରବଳ ବର୍ଷା ହୋଇଥିଲା।
ବର୍ଷା ଓ ପବନ ଯୋଗୁ ଏଯାଏ ବାଂଲାଦେଶର ୧୪ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ୩୩ ଜଣ ଲୋକଙ୍କ ଜୀବନ ଯାଇଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ବେଳେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଛି। ସେହିପରି ସମୁଦ୍ର ଢେଉ ମଧ୍ୟ କିଛି ଉପକୂଳବର୍ତ୍ତୀ ଅଞ୍ଚଳକୁ ମାଡ଼ି ଆସିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏବେ ବି ଉଦ୍ଧାର କାର୍ୟ୍ୟ ଚାଲିଥିବାରୁ କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିନାହିଁ।
Powered by Froala Editor